ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ ଉଦଯାପିତ

 ମୟୂରଭଞ୍ଜ -୭/୪ (ମସିହା)ରାଇରଙ୍ଗପୁର ଷ୍ଟାଡିୟମରେ ତ୍ରିଦିବସୀୟ ବାମନଘୋଟୀ ଉତ୍ସବ ‘ମାଦଲ ୨୦୨୩ ‘ ଉଦଯାପିତ । ଏଥିରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜ କିଶୋର ଦାସ, ମୟୂରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା , ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବାମନଘାଟୀ ମହୋତ୍ସବର ମୁଖ୍ୟ ତଥା ଶ୍ରୀ ସରୋଜ ଦାସଙ୍କୁ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ।ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ଵାମନଘାଟୀ ଉତ୍ସଵ ଉପରେ ସବୁ ବଖାଣି ଥିଲେ ।ଏ ଅଂଚଳର କଳା, ସଂସ୍କୃତିକୁ ବାହାର ଦୁନିଆଁରେ ପ୍ରଚାର ଓ ପ୍ରସାର କରିବା ସହ ଯୁବ ପ୍ରତିଭା ସୃଷ୍ଟି କରିବା ଏହାର ଏକମାତ୍ର ଉଦେଶ୍ୟ । ଅତିଥି ଗଣ ଅଂଚଳର ବହୁ ପ୍ରତିଭାଧାରୀଙ୍କୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଶେଷ ସଂନ୍ଧ୍ୟାରେ ସୁଵର୍ଣପୁରର କରମସାନି ଲୋକନୃତ୍ୟ,ଭୂମିରେ ନୃତ୍ୟ ‘ ସାଥି ସୁମନ’, ନାଗଣେ ନୃତ୍ୟ,ଦରବାରୀ ଧୁମ୍,ଛଉ ନୃତ୍ୟର କଳାକାର ମାନେ କଳା ଓ ନୃତ୍ୟ ର ନିପୁଣତା ଦେଖାଇ ଦର୍ଶକଙ୍କ ମନ କିଣି ନେଇଥିଲେ ।ପରେ ମେଲୋଡି ପାର୍ଟି ରିୟଲ ଫ୍ଯୁଜନ ବ୍ୟାଘ୍ର କଳାକାର ମାନେ ସଂଗୀତ ଓ ନୃତ୍ୟରେ ମଂଚକୁ ଦୁଲୁକାଇ ଦେଇଥିଲେ । ହଜାର ହଜାର ଦର୍ଶକ ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩’ କୁ ଖୁବ ଉପଭୋଗ କରିଥିଲେ । ସମଗ୍ର ବାମନଘାଟୀ ବାସୀ ବାମନଘାଟୀ ମହୋତ୍ସବ ‘ମାଦଲ -୨୦୨୩ ‘ରେ ଅକୁଣ୍ଠ ସହଯୋଗ କରିବା ସହ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ରେ ସହଯୋଗ କରିଥିବାରୁ ମହୋତ୍ସବ ର ଅଧ୍ୟକ୍ଷ ଵାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଠାରୁ ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ଆରମ୍ଭ।

masiha

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

masiha

ବାଲିଆଢିପା ଗାଁ ରେ ଦୁଇଟି ପରିବାରର ବାସଗୃହ ନିଆଁରେ ପୋଡ଼ି ଭଷ୍ମିଭୂତ; କାରଣ ଅସ୍ପଷ୍ଟ ; ବାସହରା ହେଲେ ଦୁଇ ପରିବାର

Leave a Comment

error: Content is protected !!