ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ କର୍ତୃପକ୍ଷଙ୍କ ଦ୍ୱାରା ଆଦିବାସୀଙ୍କ ଧରଣୀଗୁଡ଼ିକୁ ଅସମ୍ମାନ ରାସ୍ତାରେ ଧାରଣା ଦେଲେ କେନ୍ଦୁବର୍ଡି ଗ୍ରାମବାସୀ

ବେଦାନ୍ତ କର୍ତୃପକ୍ଷଙ୍କ ଦ୍ୱାରା ଆଦିବାସୀଙ୍କ ଧରଣୀଗୁଡ଼ିକୁ ଅସମ୍ମାନ

ରାସ୍ତାରେ ଧାରଣା ଦେଲେ କେନ୍ଦୁବର୍ଡି ଗ୍ରାମବାସୀ

ଜଗନ୍ନାଥପୁର – ବେଦାନ୍ତ ମୁଖ୍ୟ ଫାଟକ ରାସ୍ତା ଠପ

ଲାଞ୍ଜିଗଡ, ୧୮/୧୧(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ଦ୍ୱାରା ବିଭିନ୍ନ ସମୟରେ ବିଭିନ୍ନ ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଥିବାବେଳେ ପୁଲିସ- ପ୍ରଶାସନ ବେଦାନ୍ତକୁ ପ୍ରଶୟ ଦେଉଥିବା ନେଇ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳିଛି। ଆଦିବାସୀଙ୍କ ପରମ ଆରାଧ୍ୟ ଧରଣୀଗୁଡିକୁ ଜାଣିଶୁଣି ଅସମ୍ମାନ କରିବା ସହିତ ଆଦିବାସୀଙ୍କ ଧର୍ମୀୟ ଭାବନା ସହିତ ଖେଳ ଖେଳୁଥିବା ଅଭିଯୋଗ କରି ଆଜି ରାସ୍ତାରେ ବସି ଧାରଣା ଦେଇଛନ୍ତି କେନ୍ଦୁବର୍ଡି ଗ୍ରାମବାସୀ। ଅଭିଯୋଗ ଅନୁସାରେ, ଲାଞ୍ଜିଗଡ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବର୍ଡି ଗାଁରେ ଥିବା ଧରଣୀଗୁଡ଼ିରେ ଥିବା ଗ୍ରାମ୍ୟ ଦେବାଦେବୀଙ୍କ ପ୍ରତୀକ ହଟାଇ ସେଠାରେ କମ୍ପାନୀର କର୍ମଚାରିମାନେ ରୋଷେଇବାସ କରି ଖାଇଥିବା ଆଜି ସକାଳୁ ଦେଖିବାକୁ ପାଇଥିଲେ କେନ୍ଦୁବର୍ଡି ଗ୍ରାମବାସୀ। ତେବେ ଜାଣିଶୁଣି ଦେବାଦେବୀଙ୍କ ପ୍ରତୀକ ହଟାଇବା, ସେଠାରେ ଜୋତା ପିନ୍ଧି ଚଳପ୍ରଚଳ ହେବା, ମଦମାଂସର ଆସର କରିବା ଦ୍ୱାରା ଆଦିବାସୀଙ୍କ ଧର୍ମୀୟ ଭାବନା ଆଘାତ ହୋଇଥିବା ଅଭିଯୋଗ କରି ଜଗନ୍ନାଥପୁର- କେନ୍ଦୁବର୍ଡି ମୁଖ୍ୟ ରାସ୍ତାରେ ଧାରଣାରେ ବସିଛନ୍ତି ଶତାଧିକ ଗ୍ରାମବାସୀ। ଆଜି ସକାଳ ୮ଟାରୁ ଗାଁ ଲୋକେ ଧାରଣାରେ ବସିଥିବାବେଳେ ଏଥିଯୋଗୁଁ ଜଗନ୍ନାଥପୁର – କେନ୍ଦୁବର୍ଡି ସମେତ ବେଦାନ୍ତ ମୁଖ୍ୟ ଫାଟକକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ବେଦାନ୍ତ କର୍ତ୍ତୃପକ୍ଷ ନିଜ ଦୋଷ ଢାଙ୍କିବାକୁ ଉଦ୍ୟମ ଆରମ୍ଭ କରିଦେଇଥିବାବେଳେ ଲୋକଙ୍କୁ ବୁଝାସୁଝା କରିବାରେ ବିଫଳ ହୋଇଛନ୍ତି। ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ବେଦାନ୍ତ କର୍ତ୍ତୃପକ୍ଷ ଧାରଣାରତ ଲୋକଙ୍କୁ ବୁଝାଇବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳିଛି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

masiha

ଆମ୍ବଦଳା ଠାରେ ରେଳରୋକ ଆନ୍ଦୋଳନ କୁ ସମର୍ଥନ ଜଣାଇ ରେଳ ଷ୍ଟେସନ ମେନେଜର ଜରିଆରେ ସମ୍ବଲପୁର ଡିଆରଏମଙ୍କୁ ବିଶ୍ଵନାଥପୁର ସିଟିଜେନ ଫୋରମ କମିଟି ଦ୍ବାରା ଦାବି ପତ୍ର ପ୍ରଦାନ

Sunil Chandra Nayak

ଲୋକ କଳା ଗ୍ରାମ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!