ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ତାଲିମ 

ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ତାଲିମ 

ଡାବୁଗାଁ, ୧୭/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ପରିମଳ ମାଧ୍ୟମରେ ଗ୍ରାମୀଣ ସମୃଦ୍ଧି ଉପରେ ଏକ ତାଲିମ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଭାବେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ଓ ବିଆରସି ରଞ୍ଜନ ମହାଙ୍କୁଡ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ପରିମଳ ଯୋଗୁଁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଭାବେ ସମୃଦ୍ଧ ହେବା, ପରିମଳ ହେଲେ ଶରୀର ସୁସ୍ଥ ରହିବା ସହ ଆର୍ଥିକ ଉନ୍ନତି, ସମୟ ବଞ୍ଚିବା, ଆବର୍ଜନାର ସଠିକ ବିନିଯୋଗ କରି ଆର୍ଥିକ ଉନ୍ନତି ହେବା ଆଦି ଉପରେ ତାଲିମ ଦିଆଯାଇଥିଲା | ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦିବ୍ୟଶଙ୍କର ପୂଜାରୀ, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ, ଏଡିଏଓ- ୪ ଜଣ ଓ ଅଙ୍ଗନୱାଡି କର୍ମୀ ୬୦ ଜଣ ମୋଟ ୭୦ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲାବ୍ଲକ୍ ର ବିଭିନ୍ନ ସ୍ଥାନରେ ୭୭ତମ ସ୍ଵାଧୀନତା ଦିବସ ପାଳିତ

masiha

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରଫେସର ଜଗନ୍ନାଥ ପଟ୍ଟନାୟକଙ୍କ ୨୨ତମ ସ୍ମୃତି ସମାରୋହ ପ୍ରଫେସର ଜଗନ୍ନାଥ ପଟ୍ଟନାୟକ କେବଳ ଭଦ୍ରକ ଜିଲ୍ଲା ପାଇଁ ନୁହେଁ, ସାରା ଓଡିଶା ପାଇଁ ଗର୍ବ ଓ ଗୌରବ ଇତିହାସ ରଚନା ଓ ଶିକ୍ଷାଦାନ ଥିଲା ତାଙ୍କର ନିଶା ଓ ପେଶା – ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!