ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବା ଦର ଆକାଶ ଛୁଆଁ,ଖାଉଟି ହନ୍ତସନ୍ତ

ପରିବା ଦର ଆକାଶ ଛୁଆଁ,ଖାଉଟି ହନ୍ତସନ୍ତ 

ନର୍ଲା : ପାର୍ବଣ ଆସିଲେ ପରିବା ଦର ଆକାଶ ଛୁଆଁ ହୋଇଥାଏ,ବିଶେଷ କରି କାର୍ତ୍ତୀକ ମାସରେ ପରିବା ଦର ଛୁଇଁ ହୁଏ ନାହିଁ ବୋଲି ଖାଉଟି ମାନେ ପ୍ରକାଶ କରିଛନ୍ତି,ଏହି ମାସରେ ଅଧିକାଂଶ ଲୋକେ ନିରାମିଷ ଭକ୍ଷଣ କରି ଥାଆନ୍ତି,ଯଦ୍ୱାରା ପନି ପରିବା ଉପରେ ବିଶେଷ ପ୍ରଭାବ ପଡ଼ିଥାଏ,ପୁଣି ଲଘୁଚାପ ଜନିତ ବର୍ଷା ଯୋଗୁଁ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନି କମି ଯାଇଛି,ଫଳରେ ଅହେତୁକ ଦର ବୃଦ୍ଧି ଘଟିଛି ବୋଲି ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି |ନର୍ଲା ଅଞ୍ଚଳ ରେ ରବିବାର ଓ ଗୁରୁବାର ହାଟ ବସୁଥିଲେ ମଧ୍ଯ ଦର ଦାମ୍‌ରେ ଅଙ୍କୁଶ ଲାଗି ପାରୁ ନାହିଁ,ଏଣୁ ସାଧାରଣ ଜନତା ହନ୍ତ ସନ୍ତ ହେବାକୁ ପଡ଼ୁଛି |

ସୂଚନା ଅନୁଯାୟୀ ନର୍ଲା ସାପ୍ତାହିକ ବଜାରରେ ଆଳୁ କିଲେ ୨୫ ଟଙ୍କା ଥିବାବେଳେ ପିଆଜ ୩୦,ଟମାଟୋ ୫୦,ଫୁଲକୋବି ୧୨୦,ବିନ୍‌ସ୍‌ ୧୦୦,ଭେଣ୍ଡି ୫୦,ବନ୍ଧାକୋବି ୫୦,ବାଇଗଣ, କଲରା,କଞ୍ଚା କଦଳୀ-କିଲୋପ୍ରତି ୬୦,ଅମୃତ ଭଣ୍ଡା ୩୦ କଞ୍ଚାଲଙ୍କା ୧୦୦, ପୋଟଳ ୧୦୦ ଟଙ୍କା ରେ ବିକ୍ରି ହେଉଛି |ଯାହା କି ଗରିବ ଖଟିଖିଆ ମାନଙ୍କ ପାଇଁ ଦାଉ ସାଜିଛି,ଗତ କିଛି ମାସ ପୂର୍ବ ରୁ ପରିବା ଦର ନିୟନ୍ତ୍ରଣ ରେ ରହିଥିଲା କିନ୍ତୁ କାର୍ତ୍ତିକ ମାସରେ ତାହା ଦିଗୁଣ ହୋଇ ମଧ୍ଯମ ଧରଣର ବ୍ୟକ୍ତି ବିଶେଷ କୁ ହଇରାଣ କରୁଥିବା ଜଣା ପଡ଼ିଛି | ପୁଣି ପ୍ରଶାସନର ଲଗାମ୍‌ ନଥିବାରୁ ମନ ମାନିରେ ପରିବା ବ୍ୟବସାୟ ଚାଲିଥିବା ଅଭିଯୋଗ ହେଉଛି । 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

masiha

ଭାରତୀୟ ସଂସ୍କୃତି ଓ ଗୁରୁ ପରମ୍ପରା ଆଲୋଚନାଚକ୍ର 

Sunil Chandra Nayak

ସନ୍ଧିକୁଲିହାରୀ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!