ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ 

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ 

ରାୟଗଡ:-ତା ୨୧/ ୦୪ ଚଳିତ ସାଧାରଣ ଓ଼ ବିଧାନସଭା ନିର୍ବାଚନ ୨୦୨୪,ଅବାଧ,ନିରପେକ୍ଷ,ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପରିପ୍ରେକ୍ଷିରେ କୋରାପୁଟ ଲୋକସଭା ଓ ରାୟଗଡ ଜିଲ୍ଲାର ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାରତ ରାଜସ୍ଵ ସେବା ର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍ତି। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ରାମଚନ୍ଦ୍ରନ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦାୟିତ୍ଵ ରେ ରହିଥିବା ବେଳେ ଶ୍ରୀ ରାଜୀବ ୟୁଂକାମ ରାୟଗଡ ଜିଲ୍ଲାର ବିଧାନସଭା ନିର୍ବାଚନମଣ୍ଡଳୀ ର ଖର୍ଚ ପର୍ଯ୍ୟବେକ୍ଷକ ଦାୟିତ୍ଵ ରେ ରହିଛନ୍ତ। ଗତ ୨୦/୦୪/୨୪ରିଖ ଦିନ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ ରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ରାମଚନ୍ଦ୍ରନ ଯୋଗଦେଇ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ,ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବରେ ଆୟୋଜନ କରିବା ନିମନ୍ତେ ପ୍ରଶାସନ ତରଫରୁ କଡାକଡି ଯାଞ୍ଚ କରିବାକୁ ବିଭିନ୍ନ ସ୍କୁଆଡ଼ ଗଠନ କରାଯାଇଛି l ବିଶେଷ କରି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଅର୍ଥ ବଳ ପ୍ରୟୋଗ କରି ପ୍ରଭାବିତ କରିବାର ସମ୍ଭବନାକୁ ଯାଞ୍ଚ କରିବା ନିମନ୍ତେ ଷ୍ଟାଷ୍ଟିକ ସlର୍ଭେଲାନ୍ସ,ପ୍ଲାଇଙ୍ଗ ସ୍କୁଆଡ଼, ବିଡ଼ିଓ ଭିୟୁଙ୍ଗ ଟିମ ଆଦି ଗଠନ କରାଯାଇଛି l ଏହି ଟିମର କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେକ୍ଷ ସମୀକ୍ଷା କରିଥିଲେ ଓ଼ ସମସ୍ତ ଟିମ ସହଯୋଗୀତା ଓ଼ ଉତ୍ତମ ବୁଝାମଣା ରେ କାମ କରିବାକୁ ପରାମର୍ଶ ଦେଇଥିଲେ। 

ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କହଁର , ସହକାରୀ ଜିଲ୍ଲାପାଳ ମୃତ୍ୟଞ୍ଜୟ ବରାଳ,ରାୟଗଡ,ଗୁଣପୁର ଓ଼ ଵିଷମ କଟକ ନିର୍ବାଚନ ଖର୍ଚ୍ଚ ଟିମ୍ ର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l ନିର୍ବାଚନ ଖର୍ଚ୍ଚ ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ତଥା ମୁଖ୍ୟ ବିକାଶ ଓ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କହଁର ବିସ୍ତୃତ ଭାବରେ ପାୱାର ପଇଣ୍ଟ ମାଧମରେ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଜିଲ୍ଲାର ତଥ୍ୟ ଉପ୍ଥାପନା କରିଥିଲେ ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ସ୍ତରୀୟ ନିଯୁକ୍ତି ପ୍ରକ୍ରିୟାକୁ ବିରୋଦ୍ଧ ଓ ଜିଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବୈଠକ

masiha

ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଓଡ଼ିଶାରେ ଓଡ଼ିଶା ଦିବସ -୨୦୨୩ ପାଳିତ

Sunil Chandra Nayak

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

Sunil Chandra Nayak

Leave a Comment

error: Content is protected !!