ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ୫-ଟି ବିଦ୍ୟାଳୟ କାର୍ଯ୍ୟ ଅନୁଧ୍ୟାନ

ଢେଙ୍କାନାଳ ତା ୦୭/୦୪/୨୦୨୩ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ୍ ଭୁବନ ବ୍ଲକ ଅନ୍ତର୍ଗତ କିଙ୍ଗୋଳ(ଅସୁରବନ୍ଧ) ସ୍ଥିତ ଶ୍ରୀ ସତ୍ୟସାଇ ବିଦ୍ୟା ବିହାର , ମା ମଙ୍ଗଳା ବାଳୁଆଁ ବି-ହାଇସ୍କୁଲ ଏବଂ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଙ୍କୁଆଳ ହାଇସ୍କୁଲ ପରିଦର୍ଶନ କରି ୫-ଟି ଅନ୍ତର୍ଗତ ରୂପାନ୍ତରଣ କାର୍ଯ୍ୟର ଅଗ୍ରଗତି ସମିକ୍ଷା କରିଛନ୍ତି। ସେହିପରି ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ସ୍ଥିତ ରୁରାଲ ପାର୍କ ମଧ୍ୟ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳ ବିଭିନ୍ନ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ଓ ଶିକ୍ଷାଦାନ ସମ୍ପର୍କରେ ପରାମର୍ଶ ଦେଇଛନ୍ତି। ଏହି ଗ୍ରସ୍ତ ସମୟରେ ଭୁବନ ବି.ଡି.ଓ. ଶ୍ରୀ କଲ୍ୟାଣ ସୈାରଭ ଦାସ ଏଵଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ବିଭିନ୍ନ ଦାବି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବେଜେପି ନେତା ଠାକୁର ରଞ୍ଜିତ ଦାସ

masiha

ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ : ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ : ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର : ଇନର୍ ହୁଇଲ କ୍ଲବ କପିଳାସ,ଢେଙ୍କାନାଳର ଗୁରୁଦିବସ ପାଳନ, ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ ପ୍ରଦାନ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଅବିନାଶ ପାଢ଼ୀ ଓପି ଏସ ସି ଡାକ୍ତରୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ,ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ

masiha

Leave a Comment

error: Content is protected !!