ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିମା ମହାବିଦ୍ୟାଳୟରେ “No Till Farming (ବିନା ହଳ ରେ ଚାଷ)” ସମ୍ପର୍କ ରେ ଆଲୋଚନା ଚକ୍ର

ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଆନୁକଲ୍ୟରେ ଏକ ସମ୍ପାନ ” No Till Farming (ବିନା ହଳ ରେ ଚାଷ) “ସମ୍ବନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥିଭାବେ ଅର୍ଥନୀତି ବିଭାଗର ମୁଖ୍ୟ ସଂଯୁକ୍ତା ଜେନା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଓ ବିଭାଗରେ ଛାତ୍ରଛାତ୍ରୀ ମାନଙ୍କ ସ୍ଵଜନାତ୍ମକ ଲେଖା ଗୁଡିକ ପ୍ରଦର୍ଶନ ପାଇଁ ଏକ ନୂତନ ପ୍ରଦର୍ଶନ ବୋର୍ଡର ଉଦ୍ଘାଟନ କରିଥିଲେ । ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡ ରତ୍ନାକର ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ ସଂପାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଇଂରାଜୀ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠର ଅଧ୍ୟକ୍ଷ ଅଧ୍ୟାପକ ଶରତ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ବିଭାଗିୟ ଅଧ୍ୟାପକ ଆଦିତ୍ୟ ନାରାୟଣ ବେହେରା ଓ ଡେମନଷ୍ଟ୍ରେଟର୍ ଶକ୍ତି ପ୍ରସାଦ ନାୟକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ସହିତ ଶୀର୍ଷକ ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ +୩ ତୃତୀୟ ବର୍ଷର ଛାତ୍ର ଗୁଲସନ କୁମାର ସ୍ଵାଇଁ “No Till Farming (ବିନା ହଳରେ ଚାଷ)” ସମ୍ବନ୍ଧୀୟ ସନ୍ଦର୍ଭ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ଏବଂ ସର୍ବଶେଷରେ ଅଧ୍ୟାପିକା ପ୍ରେମଲତା ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।

ଢେ଼ଙ୍କାନାଳ ଗନ୍ଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

Related posts

ଧର୍ମଗଡ ବ୍ଲକ ର ବଡଘୁମେର ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଜଳଜଳ, ଚିନ୍ତା ରେ ଚାଷୀକୁଳ। ଶୁଖିଲା ଧାନପଲ୍ଲା ଧରି ଚାଷୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

masiha

ଯୁବ ପତ୍ରକାର ସଂଘ ପକ୍ଷରୁ ବାର୍ଷିକଉତ୍ସବ ପାଳନ ସହ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡି ଭବାନୀପାଟଣା ମେଡିକାଲରେ ନିଆଁ।ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଏମସିଏଚ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଗଲେ ରୋଗୀ 

masiha

Leave a Comment

error: Content is protected !!