ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର 

କଟକ: ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ)ର ସାତ ଦିନିଆ ଶୀତକାଳୀନ ଶିବିର ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୀବନ ବଲ୍ଲଭ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କମଳା ନେହେରୁ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଏନଏସଏସର ଲକ୍ଷ୍ୟ ଛାତ୍ର ଜୀବନ ଗଠନରେ ଏହାର ଭୂମିକା,ସମାଜ ତଥା ରାଷ୍ଟ୍ର ଗଠନରେ ଏନଏସଏସ ର ସ୍ଵେଚ୍ଛାସେବୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଅନିରୁଦ୍ଧ ଦଳାଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏନଏସଏସ ର ସ୍ଵେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ. ଯୋଗମାୟା ପଣ୍ଡା ପ୍ରାରମ୍ଭିକ ସୂଚନା ଓ ଡ଼ଃ.ସାଗରିକା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଏନଏସଏସର ସ୍ଵେଚ୍ଛାସେବୀ ଯୋଗଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ାରେ ରାଜସ୍ୱ ମନ୍ତ୍ରୀ ଜନ ସେବା ଦିବସରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ କଲେ 

masiha

ରାଇରଙ୍ଗପୁର ର ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମକାଳୀନ ମାଗଣା ସାନ୍ତାଳି ଲିପି ଅଲଚିକି ଶିକ୍ଷା କେନ୍ଦ୍ରରେ ସାଂସଦଙ୍କୁ ସମ୍ବର୍ଦ୍ଧନା

୨୬ ରେ ସଚେତନ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଓ ଆଲୋଚନାସଭା

Sunil Chandra Nayak

Leave a Comment

error: Content is protected !!