ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଔପଦା ଡିଗ୍ରୀ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ବିଦାୟ କାଳୀନ ସମ୍ବଦ୍ଧନା ସଭା 

 ବାଲେଶ୍ଵର,୧୧/୫/୨୩- ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ କଲେଜ ସଭାକକ୍ଷ ମଧ୍ୟରେ ତା ୧୦/୫/୨୩ ରିଖରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ବିଭାଗର ଅଧ୍ୟକ୍ଷ ପଣ୍ଡିତ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷ ମୋହନ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ, ଶିଶୁ ସାହିତ୍ୟିକ, କବି ଓ ସମାଜସେବୀ ନିରଞ୍ଜନ ପ୍ରସାଦ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଉକ୍ତ କଲେଜର ଅଧ୍ଯାପକ ହରିହର ପଣ୍ଡା ଓ ଖଇରା କଲେଜର ଅଧ୍ଯାପକ ଆର୍ତ୍ତବନ୍ଧୁ ନାୟକ ଯୋଗ ଦେଇଥିଲେ ।ସଂସ୍କୃତ ଭାଷା ହେଉଛି ଆଦିମ ଦେବ ଭାଷା, ଏହା ପଠନ ଦ୍ବାରା କି ଉପକାର ମିଳିଥାଏ, ଯାହା ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଭଲ ମଣିଷ ହେବା ପାଇଁ ନିଜର ବ୍ଯକ୍ତିଗତ ଉଦ୍ୟମ ଏକାନ୍ତ ଆବଶ୍ୟକ ବୋଲି ମୁଖ୍ୟବକ୍ତା ଶ୍ରୀ ବାରିକ କହିଥିଲେ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସଂସ୍କୃତ ବିଭାଗର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ରାଜ୍ୟ ପୁରସ୍କୃତ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକ ଯୋଗଦେଇ ଭଲ ମଣିଷ ହେବା ପାଇଁ ବ୍ୟକ୍ତିଗତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦାୟୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ କବିତା ବେହେରା, ମମତା ରାଉତ,ସୁଲେଖା ବେହେରା । ଏକକ ନୃତ୍ୟ ପରିବେଷଣ କରିଥିଲେ କବିତା ବେହେରା । ଧନ୍ୟବାଦ ଅର୍ପଣ କରିଥିଲେ ୨ୟ ବର୍ଷର ସଂସ୍କୃତ ଛାତ୍ର ମଧୁସୂଦନ ମହାପାତ୍ର । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଛାତ୍ରଛାତ୍ରୀ ପ୍ରଦୀପ ବେହେରା, ଗୀତାଞ୍ଜଳି ରାଉଳ, ସୁଧା ରାଣୀ ବାରିକ, କ୍ଷୀରୋଦ ବିଶ୍ଵାଳ, ସୁଚିତ୍ରା ପ୍ରିୟଦର୍ଶିନୀ ସାହୁ ଓ ବନଶ୍ରୀ ବିଶ୍ଵାଳ । ଏଥିରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ତହସିଲ ପାଲଟିଛି ସ୍ଥାଣୁ : ଅଧିକାଂଶ ସମୟ ରେ ତହସିଲଦାର ଙ୍କ ଦେଖା ମିଳୁନି

Sunil Chandra Nayak

ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

ଉମରକୋଟ ଭାରତୀ କଳା ନିକେତନ ସପ୍ତଦଶ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!