ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା: ଏହି ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ୟାଳୟ ଉଦଘାଟନ ଉପଲକ୍ଷେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପ୍ରାଙ୍ଗଣ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନର୍ଲା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଭୂପିନ୍ଦର ସିଂହ, କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ଵେଷା ରେଡ୍ଡୀ, ବି.ସି.ସି.ବି ସଭାପତି ଗିରିଶ ଚନ୍ଦ୍ର ବେହେରା, ଡି.ଆର.ସି.ଏସ ପ୍ରମୋଦ କୁମାର ସାହୁ ଏ.ଆର.ସି.ଏସ ମଧୁସୂଦନ ମେହେର, କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚରିତା ମୁଗ୍ରୀ, ତହସିଲଦାର ମିଳନ କୁମାର ଝାଙ୍କର, କର୍ଲାମୁଣ୍ଡା (ଖ) ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ଯୋରାଡବରା ପ୍ରାଥମିକ ସମବାୟ ସମିତି ଲିଃ ର ସଭାପତି ଦେବରାଜ ରଣା, ସମ୍ପାଦକ ସୁମନ୍ତ ସାହୁ, ମ.ରାମପୁର ଆଇନଜୀବି ସତ୍ୟନାରାୟଣ ସାହୁ, ସମାଜସେବୀ ବିଭୁ ପ୍ରସାଦ ସାହୁ ପ୍ରଥମେ ରକ୍ତଦାନ କରି ଯୁବାବର୍ଗ କୁ ଉତ୍ସାହିତ କରିଥିଲେ l ଭବାନୀପାଟଣା ରକ୍ତ ଭଣ୍ଡାରରୁ ଆସିଥିବା ଏଲ.ଟି ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ଡମ୍ୱରୁଧର ସାହୁ, ସଂଜୀବ ମହାଖୁଡ଼ ଉପସ୍ଥିତରେ ସର୍ବ ମୋଟ ୩୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ସମାଜସେବୀ ତ୍ରିଲୋଚନ ସାହୁ, ଭୈରବ ଶଙ୍କର ସାହୁ, ନୀଳକଣ୍ଠେଶ୍ଵର ସାହୁ, ହରପ୍ରସାଦ ସାହୁ ପ୍ରମୁଖ ଯୋଗଦେଇଥିବା ବେଳେ କୃଷି ସମବାୟ ସମିତି ଲିଃ ର ସମସ୍ତ କର୍ମକର୍ତ୍ତା ଓ କଳାରୁଦ୍ର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସମୁଦ୍ରରେ ମାଛ ମାରିବାକୁ ଯାଇ କସାଫଳ ଗ୍ରାମର ଜଣେ ମତ୍ସ୍ୟଜୀବୀ ନିଖୋଜ, ଥାନାରେ ଅଭିଯୋଗ 

masiha

ଗଞ୍ଜାମ ଜିଲା ପ୍ରତି ରେଳ ବିଭାଗର ବୈମାତୃକ ମନୋଭାବର ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

masiha

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!