ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପତଞ୍ଜଳି ମହିଳା ଯୋଗ ସମିତିର ଯୋଗ ଶିବିର ଅନୁଷ୍ଠିତ

ପତଞ୍ଜଳି ମହିଳା ଯୋଗ ସମିତିର ଯୋଗ ଶିବିର ଅନୁଷ୍ଠିତ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ମହିଳା ଯୋଗ ସମିତି ଦ୍ଵାରା ମହିଳା ଯୋଗ ଶିବିର ସେକ୍ଟର -୧୯ ସ୍ଥିତ ଶାରଳା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ସ୍ୱାଇଁ ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା, ବ୍ୟକ୍ତି , ପରିବାର, ଦେଶର ସମୃଦ୍ଧିରେ ଯୋଗର ଅବଦାନ ଉପରେ ଆଲୋକପାତ କରିବା ସହିତ ଅଷ୍ଟାଙ୍ଗ ଯୋଗ ଉପରେ ଆଲୋଚନା କରିଥିଲେ । ସେ ନିଜର ଅନୁଭୂତି ଉପରେ କିପ୍ରକାର ଲାଭବାନ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ । 

ପରିବାର ରେ ନିରୋଗ ଜୀବନ ଯାପନ, ତଥା ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋଚନା କରିଥିଲେ l ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ଓ ଭାରତ ସ୍ୱାଭିମାନ ସାଧାରଣ ସଂପାଦିକା ଆରତୀ ସାହୁ ଯୋଗ ସହିତ ଦେଶର ସମ୍ପର୍କ ଏବଂ ସମାଜରେ ଯୋଗର ପ୍ରଭାବ ଓ ତାର ଉପକାରିତା ଉପରେ ବର୍ଣ୍ଣନା କରିଥିଲେ । ପରିଶେଷରେ ଯୋଗ କେନ୍ଦ୍ରର ଉପଯୁକ୍ତ ଶିକ୍ଷୟତ୍ରୀ ମାନଙ୍କୁ ହରିଦ୍ଵାର ପତଞ୍ଜଳୀ ଯୋଗ ପୀଠରୁ ଆସିଥିବା ପତଞ୍ଜଳି ଜ୍ୟାକେଟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମହାମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ମହିଳା ସଂଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ମହିଳା କୋଷଧକ୍ଷା ବିଷ୍ଣୁପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟୀ, ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ସାବିତ୍ରୀ ସେନାପତି, ଅନୁସୁୟା ବାରିକ, କୁନ୍ତଳା ସ , କଳ୍ପନା ପଣ୍ଡା, ତପସ୍ଵିନୀ ସାହୁ, ପ୍ରତିମା ଦାସ, ଗୀତାଞ୍ଜଳି ବେହେରା, ସୀତା ମୁର୍ମୁ, ନିରୁପମା ନାୟକ, ନିବେଦିତା ବେହେରା, ଅନ୍ନପୂର୍ଣ୍ଣା ମହାନ୍ତି, ବିଜୟ ଲକ୍ଷ୍ମୀ ମହାନ୍ତ, ରେଣୁ ତନ୍ତୀ, ମଧୁସ୍ମିତା ମହାପାତ୍ରଙ୍କ ସମେତ ବହୁ ସଦସ୍ୟା ଉପସ୍ଥିତ ଥିଲେ । କେନ୍ଦ୍ରର ପରିଚାଳିକା କୁନ୍ତଳା ସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନ ନିମନ୍ତେ ତାଲିମ୍ ଶିବିର ଉଦଜାପିତ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

masiha

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

masiha

Leave a Comment

error: Content is protected !!