ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ

ଆଜି ସାରା ଓଡିଶା ରାଜ୍ୟରେ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆ ଠାରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଓଡ଼ିଶା ଦିବସ ପାଳନ ସହ ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଥିଲା । ଏହି ପ୍ରତିଷ୍ଠା ଦିବସର ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଯୋଗ ଦେଇ ପୋଲିସ ପ୍ରତିଷ୍ଠା ଦିବସ ପାଳନ ର ମୁଖ୍ୟ ଉଦେଶ୍ୟ ଉପରେ କହିଥିବା ବେଳେ ରାଷ୍ଟ୍ରପତି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଙ୍କର ବାର୍ତ୍ତା ପାଠ କରିଥିଲେ। ଉକ୍ତ ଦିବସ ଅବସରରେ ଆରକ୍ଷୀ ବାହିନୀ ପକ୍ଷରୁ ପୋଲିସ ପ୍ଲାଟୁନ କମାଡେଣ୍ଟ ରିଜର୍ଭ ଇନିସ୍ପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଏବଂ ସରଜେଣ୍ଟ ସରୋଜ କୁମାର ବେହେରା ଙ୍କ ନେତୃତ୍ୱରେ ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ୟାରେଡ଼ କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାତ୍ର ଅଭିବାଦନ ଗ୍ରହଣ କରିବା ସହ ପୋଲିସ ବିଭାଗ ରେ ଯେଉଁ ପୋଲିସ କର୍ମଚାରୀ ମାନେ ନିଷ୍ଠାପର ଭାବେ ଉତ୍ତମ କାର୍ଯ୍ୟ କରି ଜନସାଧାରଣ ସହିତ ସୁ ସମ୍ପର୍କ ରଖିଛନ୍ତି ସେହି ମାନେ ହେଲେ କନ୍ଧମାଳ ଜିଲ୍ଲା କେ ନୂଆଗାଁ ଥାନା ସବ ଇନିସ୍ପେକ୍ଟର ଶ୍ରୀ ସୌମ୍ୟ ରଞ୍ଜନ ପତି, ଦାରିଙ୍ଗବାଡି କୋର୍ଟ ଏସ ଆଇ ସୁବାସ ଚନ୍ଦ୍ର ପ୍ରଧାନ, ଫୁଲବାଣୀ ରିଜର୍ଭ କାର୍ଯ୍ୟାଳୟ ଏପିଆର କନେଷ୍ଟବଲ ସନ୍ତୋଷ କୁମାର କଁହର, ଓ ସଦର ଥାନା ମହିଳା କନେଷ୍ଟବଲ ଶ୍ରୀମତି ବାସନ୍ତୀ ପ୍ରଧାନ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏହି ଦିବସର ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଦର ମହକୁମାର ବରିଷ୍ଠ ଅଧିକାରୀ ବିଏସଏଫ ୯୯ ବାଟାଲିୟନ ର କମାଣ୍ଡାଣ୍ଟ ଅଫିସ ର ଶ୍ରୀ ସଂଜୀବ କୁମାର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଳିତ କୁମାର ପଟ୍ଟନାୟକ,ବାଲିଗୁଡା ଏସ ଡି ପିଓ ରୋହିତ ବର୍ମା,ଜି. ଉଦୟଗିରି ଏସଡ଼ି ପିଓ ତିରୁପତି ରାଓ ପଟ୍ଟନାୟକ, ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ଫୁଲବାଣୀ ଆଦର୍ଶ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି,ଅନ୍ୟତମ ପୋଲିସ ଅଫିସର ଅମ୍ବିକା ପ୍ରସାଦ ପଟ୍ଟନାୟକ ସମେତ ବହୁତ ପୋଲିସ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ପୋଲିସ ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଦୁର୍ଘଟଣା ରେ ଦାଦନ ଶ୍ରମିକ ମୃତ୍ୟୁ ବାପ ଛେଉଣ୍ଡ ଦୁଇ ଶିଶୁକୁ ପ୍ରଶାସନ ଆର୍ଥିକ ସହଯୋଗ ପାଇଁ ଗ୍ରାମବାସୀ ଙ୍କ ଦାବୀ

masiha

ଦେଓବନ୍ଦ ଜଙ୍ଗଲ ପରିବେଶ ଯତ୍ନ ଓ ସୁରକ୍ଷାରେ ବେଲଝରି ଗ୍ରାମବାସୀ

masiha

ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ୪୮ ଅଦିବାସୀ ଛାତ୍ରଛାତ୍ରୀ ସମ୍ମାନିତ

masiha

Leave a Comment

error: Content is protected !!