ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ବୃଦ୍ଧା ଚମେଲି ଦେବୀଙ୍କ ପରଲୋକ

ଶତାୟୁ ବୃଦ୍ଧା ଚମେଲି ଦେବୀଙ୍କ ପରଲୋକ

 ଆଜି ଅପରାହ୍ନ ୪ଘଣ୍ଟା ୧୦ ମିନିଟ ସମୟ ରେ ଚେମ୍ବର ଅଫ କମର୍ସ ର ସହ ସଂପାଦକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କର ଦାଦିମା ଚମେଲି ଦେବୀ ଙ୍କ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥଲା।

ଶତାୟୁ ହେବା ସତ୍ତ୍ୱେ ସେ ସର୍ବଦା ଚଳ ଚଞ୍ଚଳ ଥିଲେ। ଗତ ବର୍ଷ ଧର୍ମଗଡ ଜିଲ୍ଲା ଦାବୀ ଆନ୍ଦୋଳନ ସମୟରେ ସେ ଜଗନ୍ନାଥ ସେବା ସମିତି ପକ୍ଷରୁ ଭାଗ ନେଇଥିବା ଦେଖା ଯାଇଥିଲା।ଜଗନ୍ନାଥ ସେବା ସମିତି ପକ୍ଷରୁ ଔଷଧ ବଣ୍ଟନ, ଜୋତା ଚପଳ, କମ୍ବଳ, ଶାଢ଼ୀ ଆଦି ବଣ୍ଟନ ସମୟରେ ସେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲେ। ମୃତ୍ୟୁ ସମୟରେ ତାଙ୍କ ପାଖରେ ନାତି ନାତୁଣୀ, ପରିବାର ବର୍ଗ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।ଆସନ୍ତାକାଲି ସକାଳେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ସେ ଜଣେ ମେଲାପି ଧର୍ମ ପରାୟଣ ମହିଳା ହେତୁ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସ୍ଵର୍ଗତ ଚମେଲି ଦେବୀ ଙ୍କ ବିୟୋଗରେ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ହୋ ଗାଲାଙ୍ଗ ଜୁମୁରରେ ମା’ ଝିଅ ସମ୍ବର୍ଦ୍ଧିତ 

masiha

କନ୍ଧମାଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ : ତଦନ୍ତ ଦାବୀ 

ସମାଜ ରିଲିଫ କମିଟି ପକ୍ଷରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ସହାୟତା

masiha

Leave a Comment

error: Content is protected !!