ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୧/୧୧ (ମ.ନି.ସ.) –ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବିଡିଓ ଶରତ ମାଝି ଙ୍କ ଅଧ୍ୟକ୍ଷତାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନ ୫ ଘ. ସମୟରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ ରେ ନଭେମ୍ବର ୩ ତାରିଖ ମଧ୍ୟାନ୍ନ ୧୨ ଘ. ସମୟରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ କାର୍ଯ୍ୟକ୍ରମ କୁ ଉଦଘାଟନ କରିବେ | ଏହି ଉଦଘାଟନ କାର୍ଯ୍ୟକ୍ରମ ଡାବୁଗାଁ ସଦରମହକୁମା ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆରେ ହେବ | କିପରି କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳା ସହ ହେବ ସେନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ସିଡିପିଓ ମିନତୀ ଦାଶ, ଗ୍ରାମପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟୀ, ଯୋଗାଣ ନିରିକ୍ଷକ ରାମଚନ୍ଦ୍ର ଖିଲ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ, ଅଙ୍ଗନୱାଡି ସୁପରଭାଇଜର ରୋଜାଲିନୀ ପ୍ରଧାନ ଓ ବିମଳା ନାୟକ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଏବଂ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମରୋଜଗାର ସେବିକା ସେବକ ଓ ଯୋଗାଣ ସହାୟକ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ 

masiha

ତୁମୁଣିଖୋଲ ଗାଁ : ବିଭିନ୍ନ ସମସ୍ୟା ଘେରରେ ବିଦ୍ଯୁତ ସଂଯୋଗରୁ ବଞ୍ଚିତ, ଅନ୍ଧାରରେ ଗ୍ରାମବାସୀ 

Sunil Chandra Nayak

ଲଡୁଗାଁ କଲେଜରେ ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!