ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଗ୍ନୋ ପକ୍ଷରୁ ପାଠ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ

ଇଗ୍ନୋ ପକ୍ଷରୁ ପାଠ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଗ୍ନୋ କେନ୍ଦ୍ର ପକ୍ଷରୁ ପାଠ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ ସମ୍ପ୍ରତି ଭାରତ ସମେତ ଅନ୍ୟ କିଛି ଦେଶରେ ଶାଖା ଖୋଲିବା ସହିତ ପ୍ରାୟ ୪୦୦ଟି ବିଭିନ୍ନ ପ୍ରକାରର ପାଠ୍ୟକ୍ରମ ଶିକ୍ଷା ଦେଉଥିବା ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ବା ଇଗ୍ନୋ ଏକ ପ୍ରତିଷ୍ଠିତ ଓ ପରିଚିତ ମୁକ୍ତ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ବିଶେଷ କରି ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ସମସ୍ତ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ସହଜ ଓ ସୁବିଧାରେ ବିଭିନ୍ନ ପାଠ୍ୟକ୍ରମ ନିଜ ସୁବିଧା ଅନୁସାରେ ଅଧ୍ୟୟନ କରିବାର ବ୍ୟବସ୍ଥା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଇଗ୍ନୋ ପକ୍ଷରୁ ଅନେକ ନୂତନ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ରାଉରକେଲା ସହରରେ ଗତ ଅନେକ ବର୍ଷ ଧରି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଗ୍ନୋ କେନ୍ଦ୍ର ପକ୍ଷରୁ ପାଠ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ଇଗ୍ନୋ ଶାଖାର ସଂଯୋଜକ ପ୍ରଶାନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶ୍ରୀ ସେଠୀ ଇଗ୍ନୋ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଏହାର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ସେହିଭଳି ଶାଖା କେନ୍ଦ୍ରର ସହ-ସଂଯୋଜକ ତଥା ଅଧ୍ୟାପକ ଅଜୟ ବେହେରା ଇଗ୍ନୋ ପାଠ୍ୟକ୍ରମ ଅଧ୍ୟୟନ କରି ସଫଳତା ପାଇଥିବା କିଛି ବିଦ୍ୟାର୍ଥୀଙ୍କ ସମ୍ପର୍କରେ ସୂଚନା ଦେଇ ସମସ୍ତ ବର୍ଗର ଛାତ୍ରଛାତ୍ରୀ ଇଗ୍ନୋ ପାଠ୍ୟକ୍ରମ ଜରିଆରେ ନିଜର ଅଧ୍ୟୟନ ସୀମାକୁ ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହା ସହିତ ପାଠ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇ ଏହାର ଉପାଦେୟତା ସମ୍ପର୍କରେ ଶ୍ରୀ ବେହେରା ଆଲୋଚନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ

masiha

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Sunil Chandra Nayak

ଝରପାରି ରେ ମା କାଳୁଆ ମନ୍ଦିର ପ୍ରତିଷ୍ଠା ଉତ୍ସବ 

Leave a Comment

error: Content is protected !!