ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନଏସି କର୍ମଚାରୀ ଙ୍କ ଅକାଳ ବିୟୋଗ

କାମାକ୍ଷାନଗର -(ମନିସ )5/8/23 //କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ତଥା ଗାଡିଚାଳକ ଶରତ ନାୟକ ଙ୍କ ଅକାଳ ବିୟୋଗ ହୋଇଯାଇଛି l ଶରତ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଦୀର୍ଘ ବର୍ଷ ଧରି କାମ କରି ଆସୁଥିଲେ l ସେ ଜଣେ ମେଳାପୀ,କର୍ମତପ୍ତର ଓ ବନ୍ଧୁ ବତ୍ସଳ କର୍ମଚାରୀ ଭାବେ କାର୍ଯ୍ୟାଳୟ ରେ ପ୍ରିୟ ଭାଜନ ହୋଇ ପାରିଥିଲେ l ତାଙ୍କର ମୃତଶରୀର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ଅଣାଯାଇ ଶେଷ ଦର୍ଶନ କରାଯାଇଥିଲା l ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷ ଧର୍ମାନନ୍ଦ ପରିଡା, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯତୀନ୍ଦ୍ର କୁମାର ମିଶ୍ର, ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ l ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଅଧକ୍ଷ ଧର୍ମାନନ୍ଦ ପରିଡା ପରିବାର ର ସଦସ୍ୟ ଙ୍କୁ ପାଞ୍ଚ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରିଥିଲେ l ଶରତ ଙ୍କ ବିୟୋଗ ରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଜଣେ ଦକ୍ଷ ଓ ଅମାୟିକ ବ୍ୟକ୍ତି ଙ୍କୁ ହରାଇଲା ବୋଲି ଧର୍ମାନନ୍ଦ ପରିଡା ପ୍ରକାଶ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ 

Related posts

ସାଗର ସାହିତ୍ୟ ସଂସଦ ପକ୍ଷରୁ ଓଡିଆ ନବବର୍ଷ ପାଳନ ଓ ମଧୁ ବିକାଶ ଉନ୍ମୋଚିତ

Sunil Chandra Nayak

କର୍ଲାଗୁଡା ଖୁଦ୍ର ଜଳସେଚନ ପ୍ରକଳ୍ପରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ସ୍ବେଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଆ” ର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ ଥିବା ବେଳେ ଉପସଭାପତି ସମ୍ପାଦକ ମନୋନୀତ !!!

Sunil Chandra Nayak

Leave a Comment

error: Content is protected !!