ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ 

ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ 

ରାଉରକେଲା: ବାସନ୍ତୀ କଲୋନୀ ଫେଜ ୧,ଏଲ ବ୍ଲକ୍ ସ୍ଥିତ ଚିଲଡ୍ରେନ ପାର୍କ ର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଥିବାବେଳେ ପିଲାମାନଙ୍କ ପାଇଁ କୈାଣସି କ୍ରୀଡା ସରଞ୍ଜାମ ନାହିଁ। କ୍ରୀଡା ସାମଗ୍ରୀ ର ରକ୍ଷଣାବେକ୍ଷଣ ର ଅଭାବ। ଏହା ସହ ଅସାମାଜିକ ତତ୍ବଙ୍କ ଦୈ।ରାତ୍ମ ବୃଦ୍ଧି ପାଉଛି। ଏନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ ମୁନସିପାଲଟି ର ବିଭାଗୀୟ ଅଧିକାରୀଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଦେବାକୁ ଜଣାଇଥିଲେ। ଏ ସମ୍ପର୍କରେ ପ୍ରିୟବ୍ରତ ମହାପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଏ ସମ୍ପର୍କରେ ଗତ ନଭେମ୍ବର ୮ ତାରିଖ ରେ ଜେଇ ସୁଶାନ୍ତ ପାତ୍ର ଙ୍କୁ ଦାୟିତ୍ଵ ଦିଆଯାଇଛି। ଫୁଟପାଥ,ଆଲୋକିକରଣ, ଜିମ ଉପକରଣ ର ମରାମତି,ଡଷ୍ଟବିନ, ବସିବା ପାଇଁ ଚେୟାର ବ୍ୟବସ୍ଥା କରିବାପାଇଁ କୁହାଯାଇଛି। ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଏ ସମ୍ପର୍କରେ ଆମେ ୪ବର୍ଷ ହେଲାଣି ଦୈଡୁଛୁ । କେହି ଆମ କଥା ଶୁଣୁନାହାନ୍ତି। ବାରମ୍ବାର ଦୌଡ଼ିବା ପରେ ଗତ ଦେଢ ବର୍ଷ ତଳେ କିଛି ଖେଳ ସାମଗ୍ରୀ ଲଗାଯାଇ ଅଧାପନ୍ତରିଆ ଆବସ୍ଥାରେ ଛାଡି ଦିଆଯାଇଛି।ସୂଚନାଯୋଗ୍ୟ ଯେ ରାଉରକେଲା ମ୍ୟୁନିସିପାଲଟି ଅନ୍ତର୍ଗତ ପ୍ରାୟ ୧୬୦ଟି ପାର୍କରୁ ଛେଣ୍ଡ ରେ ୩୮ ଟି,କୋଏଲ ନଗର ରେ ୪୨ଟି, ବାସନ୍ତୀ କଲୋନୀ ରେ ୧୯ ଟି ପାର୍କ ଥିବା ବେଳେ ସହରର ବିଭିନ୍ନ ଅଂଚଳରେ ବାକି ପାର୍କ ସବୁ ଅଛି। ଏଥି ମଧ୍ୟରୁ ୩୭ଟି ପାର୍କ ଏସଏଚଜି ଗୃପ ଚଳାଇଥାନ୍ତି। ତେବେ ବାସନ୍ତୀ କଲୋନୀ ର ଏହି ପାର୍କ ଟି ୨୦୨୨ ମସିହାରେ ମୁକ୍ତା ଯୋଜନାର ଅନ୍ତର୍ଗତ ଥିଲା। ସେହି ସମୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ଏ ସମ୍ପର୍କରେ ଜେଇ ଶ୍ରୀ ପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ରେ ବହୁତ ଗୁଡିଏ କାମ କରିସାରିଛୁ। ବାକି ଯାହା ରହିଛି ତାକୁ ଶିଘ୍ର ସାରିଦେବୁ। ତେବେ ଏ ସମ୍ପର୍କରେ ଆଜି ପୁଣି ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ସର୍ବଶ୍ରୀ ହରିହର ମହାନ୍ତି,ଏଲ ପଟ୍ଟନାୟକ, ଖଗେଶ୍ବର ସାହୁ,ଗଗନାନନ୍ଦ ପ୍ରଧାନ, ଗଗନ ବିହାରୀ ରାଉତ, ଦିଲ୍ଲିପ ବାଗ, ତରୁଣ ପଟ୍ଟନାୟକ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗକରି ଏହାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତିି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୫ରେ ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଉଲ୍ଲେଖନୀୟ ସଫଳତା ପାଈଁ ସମ୍ବର୍ଦ୍ଧନା 

masiha

ମା ଅମ୍ବିକା ବିଶ୍ବ କଲ୍ଯାଣୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ 

masiha

Leave a Comment

error: Content is protected !!