ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

ରାଉରକେଲା: କସ୍ତୁରୀ ଆୟୋଜିତ ସାଂସ୍କୃତିକ ମହୋତ୍ସବ ସିଭିକ ସେଣ୍ଟର୍ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଭାରତୀୟ ଜୀଵନ ବୀମା ଶାଖା ପ୍ରବନ୍ଧକ ମରୁତସେନ ନନ୍ଦ, ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଆରଏସପିର ମୁଖ୍ୟମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ରାଧେଶ୍ୟାମ ମହାନ୍ତି ବାର୍ଷିକ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ମତ ରଖିଥିଲେ । ଲାଠିକଟା ରାଧାକୃଷ୍ଣ ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା l ଦୁର୍ଘଟଣା ମୋର ଭୁଲ ଥିଲାଁ? ଏକ ସାମାଜିକ ଚେତନାଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମୁକ୍ତ ବଧିର ବିଦ୍ୟାଳୟର ସେକ୍ଟର-୭ ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ପରିବେଷଣ କରାଯାଇଥିଲା ଦୁର୍ଘଟଣା ମୁକ୍ତ ଭାରତ ଉପରେ ଏକ କ୍ଷୁଦ୍ର ନାଟକ l ମୁଣ୍ଡାରୀ ଯୁବକ ସଂଘ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା । ସେହିପରି କସ୍ତୁରୀର ସ୍ୱତନ୍ତ୍ର ପୁରସ୍କାର ଅରୁଣ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶଶାଙ୍କ ପଟ୍ଟନାୟକ ପରିଚାଳନା କରିଥିଲା ବେଳେ ଧନ୍ୟବାଦ ସାଂସ୍କୃତିକ ସମ୍ପାଦକ ଅଶୋକ ବଳ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ଚାଲ ଶାନ୍ତି କିଣିବା ଅତିଥି ମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା। ଲେଖକ ଡ଼ଃ ଅନ୍ତର୍ଜିତା ନାୟକ, ଅର୍ପିତା ମଲ୍ଲିକ ଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟପୃଷ୍ଠପୋଷକ ବିଶ୍ୱରଂଜନ ପଲାଇ, ପୃଷ୍ଠପୋଷକ ପ୍ରଦୀପ କୁମାର ମହାପାତ୍ର, ସଭାପତି ଦିଲ୍ଲୀପ କୁମାର ଭଞ୍ଜ, ଉପସଭାପତି କୌଶିକ ସୁନାନୀ, ଡ଼ ତାପସ ରଞ୍ଜନ ମହାନ୍ତି, ସମ୍ପାଦକ ରଜତ କୁମାର ସାହୁ, ସାଙ୍ଗଠନିକ ସମ୍ପାଦକ ରାକେଶ ନାୟକ, ସମ୍ପାଦକ ପାଣ୍ଡବ ମଲ୍ଲିକ, ଜୟନ୍ତ କୁମାର ମହାରଣା, ରଞ୍ଜିତ କୁମାର ସାହୁ, ପ୍ରଫୁଲ୍ଲ କୁମାର ମହାରଣା, ରମେଶ ପାତ୍ର, ପ୍ରିୟଦର୍ଶିନୀ ଜେନା, ମାନସୀ ଦେ, ମାନସୀ ମହାପାତ୍ରଙ୍କ ସହ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ,ତିନି ମନ୍ତ୍ରୀ ,ଦୁଇ ସାଂସଦ ସମେତ ଜିଲ୍ଲାର ୬ ବିଧାୟକଙ୍କ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ

masiha

ଇନ୍ଦ୍ରାବତୀ,୪୭, ୫୭୪ହେକ୍ଟର ଜମିରେ ରବି ଜଳ ସେଚନ ର ଲକ୍ଷ୍ୟ!!

masiha

କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!