ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଟାଟା ପାଓ୍ବାରର କର୍ମଚାରୀ ମାରଣନୀତି ଓ ଶୋଷଣ ନୀତି ନେଇ କର୍ମଚାରୀଙ୍କ ଧାରଣା 

ରାଇରଙ୍ଗପୁର ରେ ଟାଟା ପାଓ୍ବାରର କର୍ମଚାରୀ ମାରଣନୀତି ଓ ଶୋଷଣ ନୀତି ନେଇ କର୍ମଚାରୀଙ୍କ ଧାରଣା 

   ମୟୂରଭଞ୍ଜ- ୧୩/୧୨  // ବିଦ୍ୟୁତ କର୍ମଚାରୀ ସ୍ବପ୍ନ ଦେଖିଥିଲେ ଟାଟା ପାଓ୍ଵାର ସେମାନଙ୍କ ସମସ୍ୟା , ଆର୍ଥିକ ବୃଦ୍ଧି , ସୁରକ୍ଷା ନେଇ କାମ କରିବା ସହ ସାଧାରଣ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବ । କିନ୍ତୁ ବାସ୍ତବରେ ତାହା ହେଲା ନାହିଁ ।ଦିନକୁ ଦିନ ଟାଟା ପାଓ୍ଵାର କମ୍ପାନୀ ତରଫରୁ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ଜୁଲୁମ ବୃଦ୍ଧି ପାଇବା ସହ ଛଟେଇ ଧମକ ମିଳୁଛି କିଛି ଦିନ ତଳେ ଟାଟା ପାଓ୍ବାର ତରଫରୁ ଚୁକ୍ତିବଦ୍ଧ କରିଥିବା ହିନ୍ଦୁସ୍ଥାନ ଇଞ୍ଜିନିୟରିଂ କର୍ପୋରେସନ ଏଜେନ୍ସି ଡିସେମ୍ବର ୧୨ ତାରିଖ ଦିନ ଦରମା ଦେବା କଥା ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କମ୍ପାନୀ ପ୍ରତିଶ୍ରୁତି ନ ରଖିବା ଫଳରେ ବାଧ୍ୟ ହୋଇ ଜୀବନ ଜୀବିକା ନେଇ ଆଜି ଶୁକ୍ରବାର ଦିନ ଆଉଟ୍ ସୋର୍ସିଂ ବିଦ୍ୟୁତ କର୍ମଚାରୀ ମାନେ ପୁନଃ ଧାରଣାରେ ବସିଛନ୍ତି। ଯାହାକୁ ନେଇ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ସେକ୍ସନ ସମ୍ମୁଖରେ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି ‌। ଅପରପକ୍ଷରେ କର୍ମଚାରୀ କାର୍ଯ୍ୟ ରେ ଯୋଗ ନ ଦେବାରୁ ବିଭାଗୀୟ ମନ୍ତ୍ରୀମାନେ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ।ସେମାନଙ୍କ ଦାବି ହେଲା ସେମାନଙ୍କୁ ଧାର୍ଯ୍ୟ ସମୟରେ‌ଦରମା ମିଳୁ ନାହିଁ, ।ଶ୍ରମ ଆଇନ ଉଲ୍ଲଂଘନ କରାଯାଇ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ସେମାନଙ୍କ ଆଇଏସଆଇ ଓ ଇପିଏଫ ପ୍ରଦାନରେ ଅନିୟମିତତା କରାଯାଉଛି ।ତଦସହ କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ଯୋଗାଇ ଯାଉନାହିଁ ଯାହାଫଳରେ ସେମାନଙ୍କ ଜୀବନ ବିପଦପୁର୍ଣ ହେଉଛି । ତେଣୁ ଏହି ସବୁ ଦାବିନେଇ କଣ୍ଟାବଣୀ,ବିଶୋଇ,ଯାମଦା, କୁସୁମି,ବହଳଦା ତିରିଂ ସେକ୍ସରେ ଆଉଟସୋର୍ସିଂ କର୍ମଚାରୀମାନେ ଦାବି ଗୁଡ଼ିକ ନେଇ ଧାରଣାରେ ବସିଛନ୍ତି । ରାଇରଙ୍ଗପୁର ଉପଖଣ୍ଡ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟାବଣି ସେକ୍ସନ ର ଖେଲାରାମ ମାରାଣ୍ଡି ଯାମଦା ସେକ୍ସନର ରାଜେନ୍ଦ୍ର ନାଥ ମହାନ୍ତ,ଵହଳଦା ସେକ୍ସନର ଦିଗବିଜୟ ମହାନ୍ତ ,କୁସୁମି ସେକ୍ସନ ର ମାନସ ରଞ୍ଜନ ମହାନ୍ତ, ତିରିଂ ସେକ୍ସନ ର ଜ୍ୟୋତି ଵିକାଶ ମହାନ୍ତ,ଵିଶୋଇ ସେକସନର ଲୋକନାଥ ବେହେରା ଙ୍କ ନେତୃତ୍ବରେ ଶତାଧିକ ଆଉଟ୍ ସୋର୍ସିଂ ବିଦ୍ୟୁତ କର୍ମଚାରୀ କାର୍ଯ୍ୟ ବନ୍ଦ ସହିତ ଧାରଣାରେ ବସିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାର ପୁନଃ କାର୍ଯ୍ୟ କ୍ଷେମ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

masiha

Leave a Comment

error: Content is protected !!