ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟଙ୍ଗ କବିତା ସଂକଳନ “ଜଷ୍ଟ ଗୁଟେ”ର ଲୋକାର୍ପଣ

କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ, ମାଣିକ୍ୟ ବିହାର ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ କବି ରାଜେଶ ଦାଶଙ୍କ ବ୍ୟଙ୍ଗ କବିତା ସଂକଳନ “ଜଷ୍ଟ ଗୁଟେ”ଲୋକାର୍ପିତ ହୋଇଯାଇଛି | ମାନନୀୟ କୁଳପତି କର୍ନେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ମଂଚାସୀନ ହୋଇ “ବାହ୍ୟ ପରିବେଶ ସହ ଅନ୍ତଃପରିବେଶ ମଧ୍ୟ ସୁସ୍ଥ ରହିବା ଆବଶ୍ୟକ’ବୋଲି ମତବ୍ୟକ୍ତ କରିଥିଲେ | ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା, କଳାହାଣ୍ଡି ଲେଖକ କଳା ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା, ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥୀ, ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର,ବରିଷ୍ଠ ସାମ୍ବାଦିକ ଉମା ଶଙ୍କର କର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ,ଅଧ୍ୟାପକ ନାଟ୍ୟକାର ମନୋଜ ରଥ, ଅଧ୍ୟାପକ ଶୁଭେନ୍ଦୁ କୁମାର ମହାପାତ୍ର ଏବଂ ଓଡିଶା ସଂଗୀତ ଏକାଡେମୀର ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ପରିପ୍ରେକ୍ଷୀରେ ହସ ଭୂମିକା ଏକ ଭିଟାମିନ ସଦୃଶ ବୋଲି କହିଥିଲେ | ବିଶ୍ୱ ବିଦ୍ୟାଳୟ ପରିସରରେ ଥିବା ପ୍ରାରମ୍ଭରେ ମା ଡୋକ୍ରୀବୁଢୀଙ୍କଠାରେ ଲୋକ ପରମ୍ପରା ଅନୁସାରେ ପୂଜାର୍ଚନା କରାଯାଇଥିଲା | ସୋହନଲାଲ ଅଗ୍ରୱାଲ, ସୁଦେଷ୍ଣ| ପଣ୍ଡା, ଆନନ୍ଦିନୀ ପାତ୍ର, ଟିନା ଶାସିନୀ, ସନ୍ତୋଷ ରଥ ଓ କମ୍ଭୁପାଣି ବାଗ ହାସ୍ୟ-ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ | ବିନା ମୁଣ୍ଡ ମଞ୍ଚ ସଂଯୋଜନା କରିଥିବାବେଳେ ଗୁଡ୍ଡୀ ତ୍ରିପାଠୀ, ରିଷିତା ଦାଶ, ରିଷି ଦାଶ, ସୌରଭ ମହାପାତ୍ର, ଅମିୟ ସାହୁ ପ୍ରମୁଖ ସହଯୋଗ କରିଥିଲେ | ଆଦିତ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ମାଟିହାଣ୍ଡିରେ ପଖାଳ ଭୋଜନ ଜଷ୍ଟ ଟିକେ କାର୍ଯ୍ୟକ୍ରମର ବିଶେଷତା ଥିଲା | ଏଥିରେ ଜିଲ୍ଲାର ବିଭିନ୍ନ ବର୍ଗରୁ ବହୁ ସାରସ୍ୱତ ପ୍ରେମୀ ଯୋଗଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୧ – ଓଡ଼ିଆ ଅସ୍ମିତା ଅଭିଯାନ ମାଧ୍ୟମରେ  ଆଦର୍ଶ ଶିକ୍ଷକ ସମ୍ବର୍ଦ୍ଧିତ , ୨- ଭ୍ରମ୍ୟମାନ ରକ୍ତ ସଂଗ୍ରହ ବସ ପାଇଁ ସାଂସଦଙ୍କୁ ଅନୁରୋଧ

masiha

ଧରାକୋଟ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

ରାଜଗାଙ୍ଗପୁରେ ଶୃଙ୍ଖଳା ସହ ପାଳିତ ହେଲା ଶ୍ରୀରାମ ନବମୀ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!