ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଗଯୋଡି ସଂରକ୍ଷିତ ଜଙ୍ଗଲରେ ବନମହୋତ୍ସବ ପାଳନ 

ନାଗଯୋଡି ସଂରକ୍ଷିତ ଜଙ୍ଗଲରେ ବନମହୋତ୍ସବ ପାଳନ 

ଡାବୁଗାଁ, ୯/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ନାଗଯୋଡି ଗ୍ରାମ ନିକଟ ନାଗଯୋଡି ସଂରକ୍ଷିତ ଜଙ୍ଗଲରେ ଡାବୁଗାଁ ବନ ବିଭାଗ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ନାଗଯୋଡି ସଂରକ୍ଷିତ ଜଙ୍ଗଲ ଅଧୀନ ରେ ଥିବା ପ୍ରାୟ ୨୦ ହେକ୍ଟର ଖାଲି ସ୍ଥାନରେ ପ୍ରାୟ ୧୬ ହଜାର ଚାରା ରୋପଣ କରାଯିବ | ଆଜି ପ୍ରଥମ ଦିନରେ ପ୍ରାୟ ୧୦୦୦ ଚାରା ରୋପଣ କରାଯାଇଛି | ଏଥିରେ ଗମ୍ଭାରୀ, କାଞ୍ଚନ, ଶିଶୁ, ହରିଡା, ବହାଡା, ଅଁଳା, ଫାଶୀ ଆଦି ବୃକ୍ଷ ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ତାପସ ରଞ୍ଜନ ପଟ୍ଟନାୟକ, ଉମାଶଙ୍କର ମିଶ୍ର, ଗ୍ରାମର ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

masiha

ଜାତୀୟ ସମ୍ମିଳନୀରେ କଳାହାଣ୍ଡିର ଡା. ପ୍ରିୟଙ୍କା ମହାନ୍ତିଙ୍କୁ ଶ୍ରେଷ୍ଠ ମୌଖିକ ଉପସ୍ଥାପନା ପୁରସ୍କାର

masiha

ସତ୍ୟାନନ୍ଦ ସରସ୍ୱତୀଙ୍କର ଧରାବତରଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!