ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

ଜୟପାଟଣା:୨୫/୦୫ // ଜୟପାଟଣା ବ୍ଲକ ଅଧିନସ୍ଥ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ମୁଡ୍ରାଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟି ଯାଇଥିବା ସୂଚନା ହସ୍ତଗତ ହୋଇଛି । ଗ୍ରାମର କମଳା ନାଏକ (୧୯) ତାଙ୍କ ମା,ବାପା ଏବଂ ଗ୍ରାମର ଆଉ କିଛି ଶ୍ରମିକଙ୍କ ସହିତ ମିଶି ସ୍ଥାନୀୟ ବରଗଛ ବନ୍ଧକୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଚାଲୁଥିବା ମାଟି କାମ କରିବା ପାଇଁ ଯାଇଥିଲେ । ହଠାତ୍ ବର୍ଷା ଘଡଘଡି ହେବାରୁ ଗ୍ରାମକୁ ଫେରୁଥିବା ସମୟରେ ତାଙ୍କୁ ବଜ୍ରାଘାତ ହୋଇଛି । ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଙ୍କ ପ୍ରତିନିଧି ଘଟଣା ସ୍ଥଳକୁ ପହଞ୍ଚି ତତ୍କ୍ଷଣାତ ଯୁବତୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ଯୁବତୀ ଜଣକୁ ଡାକ୍ତର ମୃତ ଘୋଷିତ କରିଥିଲେ । ଘଟଣା ସ୍ଥଳରେ ମୁଖୀଗୁଡା ଫାଣ୍ଡି ଅଧିକାରୀ ପହଞ୍ଚିଥିଲେ ଏବଂ ଜୟପାଟଣା ପୋଲିସ ଏହାର ତଦାରଖ କରିଛନ୍ତି । ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟରେ ଗୋଟିଏ ନିରୀହ ପରିବାର ନିଜ ସଦସ୍ୟଙ୍କୁ ହରାଇ ଥିବାରୁ ତାଙ୍କର ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । ଏହି ଦୁର୍ବଳ ମୁହୂର୍ତ୍ତରେ ବିଭାଗୀୟ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଇ ଶୋକ ସନ୍ତପ୍ତ ପରିବାରକୁ ସରକାରଙ୍କର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଥିବା ଅନୁକମ୍ପା ରାଶି ପରିବାରକୁ ପ୍ରଦାନ କରିବାକୁ ଦାବି ହୋଇଛି । ଯେହେତୁ ସେହି ଝିଅ ଏନ ଆର ଇ ଜି ଏସ ଯୋଜନାରେ କାର୍ଯ୍ୟ କରିବାକୁ ଯାଇଥିଲେ ତେଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ମଧ୍ୟ ତତ୍ପରତା ଦେଖାଇ ନିୟମାନୁଯାଇ ସମସ୍ତ ସୁବିଧା ମୂହିୟା କରାଇବାରେ ତତ୍ପରତା ଦେଖାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରୀବ ଛାତ୍ରଛାତ୍ରୀ ମାନଙ୍କୁ ରେନ୍ କୋଟ ବଣ୍ଟନ କାର୍ଯ୍ୟକ୍ରମ

masiha

ଅଦ୍ଭୁତ ମୃତ ଶିଶୁ ପୁତ୍ର ଜନ୍ମ

Sunil Chandra Nayak

କଳାହାଣ୍ଡି ବଂଜାରା ନାରୀ ସେବା ସଙ୍ଘ ସମାରୋହ

Sunil Chandra Nayak

Leave a Comment

error: Content is protected !!