ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ଘୋଷ ଯାତ୍ରାରେ ଜନହିତ ଯୁବ ସଙ୍ଗ ପକ୍ଷରୁ ସେବା କାର୍ଯ୍ୟକ୍ରମ

ପୁରୀ ଘୋଷ ଯାତ୍ରାରେ ଜନହିତ ଯୁବ ସଙ୍ଗ ପକ୍ଷରୁ ସେବା କାର୍ଯ୍ୟକ୍ରମ

ଖଇରା,୦୯/୭/୨୪- ସବୁ ବର୍ଷ ପରି ଏବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ଜନହିତ ଯୁବକ ସଂଙ୍ଘ ପୁରୀ ବଡଦାଣ୍ଡରେ ଅନୁଷ୍ଠିତ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରାରେ ସେବା ପ୍ରଦାନ କାର୍ଯ୍ୟକ୍ରମ ଜାରି ରଖିଥିଲା । ଜନହିତ ଯୁବକ ସଂଘ ବାଲେଶ୍ବର ଓଡିଶା ତରଫରୁ ଭକ୍ତ ଏବଂ ଯାତ୍ରୀମାନଙ୍କ ପାଇଁ ଜଳଛିଞ୍ଚନ, ସରବତ ବଣ୍ଟନ, ବଡ଼ ଦାଣ୍ଡ ସଫେଇ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନା କରିଥିଲା । ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଜାରି ରହିଥିଲା । ଏଥିରେ ସଙ୍ଘର ୫୩ ଜଣ ସଦସ୍ୟ/ ସଦସ୍ଯା ସମେତ ସଭାପତି ସୁରେଶ ରାଉତ, ସମ୍ପାଦକ ପ୍ରହଲ୍ଲାଦ ଧଳ, ସାଂସ୍କୃତିକ ସମ୍ପାଦକ ସନ୍ତୋଷ ହାତୀ, ଉପଦେଷ୍ଟା ଶଶଧର ପଣ୍ଡା, ରବୀନ୍ଦ୍ର ନାୟକ, ସୁଧାକର ନାୟକ, ସଂଘର ବରିଷ୍ଠ ମହିଳା ସଭାନେତ୍ରୀ କୁଞ୍ଜଲତା ମାହୁଁନ୍ତଙ୍କ ସମେତ ସଂଘର ବରିଷ୍ଠ, କନିଷ୍ଠ ସଦସ୍ଯ ଏବଂ ସଦସ୍ଯା ମାନେ ଜଳ ଛିଞ୍ଚନ, ସ୍ବଛଭାରତ କାର୍ଯ୍ୟକ୍ରମ, ସରବତ, ପାଣି ବୋତଲ ଦାନ ଏବଂ ଜଳ ବଣ୍ଟନ ଓ ଅସହାୟ ଲୋକ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଏବଂ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଘର ଏତାଦୃଶ କାର୍ଯ୍ୟକ୍ରମକୁ ବେଶ୍ ପ୍ରଶଂସା କରାଯାଇଛି । ଆଗାମୀ ବର୍ଷ ରଥଯାତ୍ରାରେ ମଧ୍ୟ ସଙ୍ଘ ତା’ର ଏହିଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଙ୍ଘ ସଭାପତି ସୁରେଶ ରାଉତ, ସାଂସ୍କୃତିକ ସମ୍ପାଦକ ସନ୍ତୋଷ ହାତୀ କହିଛନ୍ତି ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଲଗାଣ ବର୍ଷା ପୋଲ ଉପରେ ପାଣି, ଯାନ ବାହାନ ଚଳାଚଳ ବାଧା ପ୍ରାପ୍ତ

masiha

ନିମ୍ନମାନର ଫାଇବର୍ ବ୍ଲକ କାମ,ପାଣିରେ ପଡିଲା ୫ ଲକ୍ଷ ଟଙ୍କା

Sunil Chandra Nayak

ସନାତନ ଧର୍ମ ପ୍ରଚାର ପ୍ରସାର ରେ ଵାଵା ଵଳିଆ

masiha

Leave a Comment

error: Content is protected !!