ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୧୧ ଦଫା ଦାବି ନେଇ ବ୍ଲକ କଂଗ୍ରେସର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ 

ପାପଡାହାଣ୍ଡି,5/6, ମନିସ — – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ବରେ ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲ୍ଲାପରିଷଦ ସଭ୍ୟା ଡ଼ଃ ଲିପିକା ମାଝୀ ଓ କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ସ୍ଥାନୀୟ ବିଡ଼ିଓ ଦିବାକର ବାଘଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ସମାଜର ମୌଳିକ ଦାବି ପୂରଣ ଓ ସରକାରୀ ଯୋଜନାରେ ଦୁର୍ନୀତି ବିରୋଧରେ ଏହି ଦାବି କରାଯାଇଛି ।ପଞ୍ଚାୟତ କାର୍ଯ୍ୟାଳୟରେ ପେନସନ ଦିଆଯାଉ,ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯାଉ,ତିନି ବର୍ଷ ହେଲା ଆବାସ ଘର ଦିଆ ଯାଇ ନାହିଁ ତେଣୁ ଆବାସ ଘର ଦିଆ ଯାଉ ,ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଉ,ପାପଡାହାଣ୍ଡି ଠାରେ ଶବ ବ୍ୟବଛେଦ ଗୃହ ନିର୍ମାଣ ଓ ପାପଡାହାଣ୍ଡି ଠାରେ ସ୍ଥାୟୀ ବସ ଷ୍ଟାଣ୍ଡ ଗୃହ ନିର୍ମାଣ ଶୀଘ୍ର କରିବାକୁ ଏହିପରି ପ୍ରମୁଖ ଦାବି ଗୁଡିକ ପ୍ରଦାନ କରାଯାଇଛି । ଗାଁ ମାନଙ୍କରେ ଶୌଚାଳୟ ବ୍ୟବସ୍ଥା ଥିବା ସରକାରୀ କ୍ଷେତ୍ରରେ ଦର୍ଶା ଯାଇଛି କିନ୍ତୁ ପ୍ରକୃତରେ ଗାଁ ମାନଙ୍କରେ ଶୌଚାଳୟ ସେତେ ନାହିଁ ତେଣୁ ଏହାର ତଦନ୍ତ କରାଯାଉ ବୋଲି ବିଡ଼ିଓଙ୍କୁ ଭୁଜବଳ ମାଝୀ କହିଥିଲେ ।ଏହି ଦାବି ବିଷୟରେ ପ୍ରତ୍ୟକ ବିଭାଗକୁ ଜଣାଇ ଦିଆଯିବ ବୋଲି ବିଡ଼ିଓ ଶ୍ରୀ ବାଗ କହିଥିଲେ ।ଯଦି ଏହି ଦାବି ଗୁଡିକ ଶୀଘ୍ର କାର୍ଯ୍ୟକାରୀ ନ ହୁଏ ତେବେ ଆସନ୍ତା ଦିନରେ ଶତାଧିକ କଂଗ୍ରେସ କର୍ମୀଙ୍କ ଦ୍ଵାରା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ପୂର୍ବତନ ବିଧାୟକ ଭୁଜବଳ ମାଝୀ କହିଛନ୍ତି ।ଏହି ଦାବିପତ୍ର ଦେବା ସମୟରେ ବ୍ଲକର କାର୍ଯ୍ୟକାରି ସଭାପତି ଭି ବିକାଶ ରାଓ, ରାଜ କିଶୋର ରାଓ, ଈଶ୍ୱର ମିର୍ଗାନ ସହ ଅନେକ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିବା ସହିତ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିଲେ । 15 ଦିନ ମଧ୍ୟରେ ଦାବି ପୂରଣ ନ ହେଲେ କଂଗ୍ରେସ ବ୍ଲକ ଘେରାଉ କରିବ ବୋଲି ଭୁଜବଳ ମାଝୀ ଚେତାବନୀ ଦେଇଛନ୍ତି | ବିଡ଼ିଓ ଦାବି ନେଇ ସମ୍ପୃକ୍ତ ବିଭାଗ ମାନଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ କ୍ୟାବିନେଟ୍ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କୁ ସ୍ଵାଗତ

masiha

ଗାଁ ଗାଁ ବୁଲି ସଦସ୍ୟ ସଂଗ୍ରହ କଲେ ଝରୀଗାଁ ବିଧାୟକ 

masiha

ଜୁନାଗଡ଼ ରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

masiha

Leave a Comment

error: Content is protected !!