ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

୧୯ ତାରିଖ ୫ଟି ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସପାଦକଙ୍କ ମ.ରାମପୁର ଗସ୍ତ

ମ.ରାମପୁର,୧୮/୦୫(ମସୀହା) : ଆସନ୍ତା କାଲି ୧୯ ତାରିଖ ୫ ଟି ସଚିବ ଭି କେ ପାଣ୍ଡିଆନ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସାକ୍ଷାତ ଏବଂ ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି l ତାଙ୍କ ଗସ୍ତ କୁ ଆଖିଆଗରେ ରଖି ବିଜେଡ଼ି ଦଳ ଜୋରଦାର ପ୍ରସ୍ତୁତି ଚଲେଇଛି l ସେହି ପରିପ୍ରେକ୍ଷୀ ରେ ଆଜି ମାନ୍ୟବର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମ.ରାମପୁର ବ୍ଲକ୍ ଗସ୍ତ କରି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି l ଏହି ଅବସରରେ ତାଙ୍କୁ ବ୍ଲକ ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ୧୧ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରା ଯାଇଥିବା ବେଳେ ଅନ୍ୟମାନେ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର ପ୍ରଦାନ କରିଥିଲେ l ସେଥି ମଧ୍ୟରୁ ହରିହର ସାଗର ଉନ୍ନତିକରଣ ପାଇଁ ୩ କୋଟି ଟଙ୍କା, ହାଇସ୍କୁଲ ପଡ଼ିଆରେ ଠାରେ ମିନି ଷ୍ଟାଡିୟମ୍ ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ମଦନପୁର ରାମପୁର ଠାରେ ସବ୍ ଜଜ କୋର୍ଟ ପ୍ରତିଷ୍ଠା ପାଇଁ ଆଇନ ମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଉକ୍ତ ସମସ୍ତ କାର୍ଯ୍ୟ ମାନ୍ୟବର ବିଧାୟକ ନର୍ଲା ଭୂପିନ୍ଦର ସିଂହଙ୍କ ଦ୍ଵାରା ଶୀଘ୍ର ତ୍ୱରାନ୍ୱିତ ହେବ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ନର୍ଲା ଭୂପିନ୍ଦର ସିଂହ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବିଜୁ ଜନତା ଦଳ କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ, ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ସ୍ଥାନୀୟ ସରପଞ୍ଚ ବୀଣାପାଣି ସାହୁ, ବିକାଶ ସିଂହ ଦେଓ, ଜୟ କୁମାର ସିଂହ ଦେଓ, ସପନ ପଟ୍ଟନାୟକ, ରାକେଶ ଶତପଥୀ, ପ୍ରେମ ସାଗର ନାୟକ, ପ୍ରଦୀପ ପାଣିଗ୍ରାହୀ, ଦେବେନ୍ଦ୍ର ପୋଡ଼, ରୋମାଞ୍ଚ ସାହୁ, ସତ୍ୟନାରାୟଣ ସାହୁ ତଥା ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ରହିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବିଜେଡିରେ ମିଶିଲେ ତିନିସହ କର୍ମୀ 

masiha

ବନ୍ଧୁଗାଁ ବ୍ଲକ କଂଗ୍ରେସ ତରଫରୁ ୯ ଟି ପ୍ରସଙ୍ଗରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିମନ୍ତେ ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ

masiha

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ

masiha

Leave a Comment

error: Content is protected !!