ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାରନର ଟାଙ୍ଗିଆ ଚୋଟରେ ହଜାରୀ କେତକୀ ଗୁରୁତର , ବୁର୍ଲାରେ ଚିକିତ୍ସିତ

ଗୋଳାମୁଣ୍ଡା/୫/୬/ମସିହା,// କେଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ରାତ୍ରି ୧୨ଟାରେ ନିଜ ପଡାର ଛକଠାରେ ହଜାରୀ କେତକୀଙ୍କୁ ନାରନ କେତକୀ ଟାଙ୍ଗିଆ ଚୋଟ ମାରିଥିବା ବେଳେ ତାଙ୍କ ବାମ ଗାଲରେ ବାଜିଥିଲା । ତଥାପି ଜୀବନ ଭୟରେ ରକ୍ତ ଜର୍ଜରିତ ଅବସ୍ଥାରେ ଘର ଭିତରକୁ ଚାଲିଯାଇଥିଲେ । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଅତି ଗୁରୁତର ହେବାରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ପରିବାର ପକ୍ଷରୁ କୁହାଯାଇଛି । ଆଜି ସକାଳେ ଗୁରୁତର ହଜାରୀ କେତକୀଙ୍କ ସ୍ତ୍ରୀ ଚମ୍ପେକ କେତକୀ କେଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତି କରି କେଗାଁ ପୋଲିସ ଏସ ଆଇ ମେଘରାୟେ ହାସଦା ୯୫/୨୩ରେ କେଶ ରୁଜୁ କରି ୩୦୭ ଦଫା ଲାଗୁ କରିଥିବା ବେଳେ ଅଭିଯୁକ୍ତ କାରୀ ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

୯ଦିନ ପରେ ପୂର୍ବତନ ଲ୍ୟାମ୍ପ ଶାଖା ପରିଚାଳକ ଙ୍କ ମୃତଦେହ ଠାବ

Sunil Chandra Nayak

ତିରିଂ ଥାନା ! କୁଦରସାହୀ ନିକଟରେ ବସ ବାଇକ୍ ଆମନାସାମନା; ଆଦିବାସୀ ଯୁବ କଳାକାରଙ୍କ ମୃତ୍ୟୁ 

Sunil Chandra Nayak

ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇ  ଭିଜିଲାନ୍ସ ଜାଲରେ ସୁପରଭାଇଜର।

masiha

Leave a Comment

error: Content is protected !!