ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଜେପୁର ଥାନାଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ଼,୦୪/୦୫(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନାଞ୍ଚଳର ଦୁଇଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଜେପୁର ପୁଲିସ ! ପନ୍ଦରଦିନ ତଳେ ଏଇ ଥାନା ଅନ୍ତର୍ଗତ ବେନଗାଁଠାରେ ଚାଲିଥିବା ତାରିଣୀଯାତ୍ରା ଦେଖିବାକୁ ଯାଇ ଫେରୁଥିବାବେଳେ ତିନି ନାବାଳିକାଙ୍କ ମଧ୍ୟରୁ ଦୁଇଜଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ! ଏଥିରେ ଚାରିଜଣ ଯୁବକ ଓ ଜଣେ ନାବାଳକ ସଂପ୍ରୁକ୍ତ ଥିବା ଅଭିଯୋଗ ହୋଇଥିଲା ! ପୁଲିସ ପକ୍ଷରୁ ଏଇ ମାମଲାର ତଦନ୍ତ କରାଯାଇ ତିନି ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ଼ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍ ହୋମକୁ ପଠାଯାଇଛି ! ତେବେ ଏଇ ମାମଲାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ବିଭିନ୍ନ ମହଲରେ ଦାବି ଜୋର ଧରିବାରେ ଲାଗିଥିଲା ! ତେବେ ପନ୍ଦରଦିନ ପରେ ପୁଲିସ ଏଇ ମାମଲାରେ ସଫଳତା ହାସଲ କରିବା ସହିତ ଆଜି ମୁଖ୍ୟ ଅଭିଯୁକ୍ତ କେନ୍ଦୁପେଟ ଗାଁର ରାଜୀବ ମାଝୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ! ଏନେଇ ବିଜେପୁର ଥାନା କେସ୍ ନଂ.୦୮/୨୩ ଓ ୦୯/୨୩ରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଡିଜେଲ ଚୋରୀ ମାମଲାରେ ଜଣେ ନାବାଳିକା ସମେତ ୩ କୋର୍ଟ ଚାଲାଣ , ଦୁଇ ଫେରାର

Sunil Chandra Nayak

୫୦୦ଶହକୁ ୧୦୦ଟଙ୍କିଆ ନୋଟ୍ ରେ ବଦଳ କରିବା ଘଟଣା ୯ଲକ୍ଷ ୯୦ହଜାର ବଦଳରେ ୧୨ଲକ୍ଷ ଦାବୀ

masiha

ଗୁଳିମାଡ଼ ଘଟଣା… ଜଗବନ୍ଧୁ ମାଝୀ ଙ୍କ ଠାରୁ ନବ ଦାସ ପର୍ଯ୍ୟନ୍ତ..

Sunil Chandra Nayak

Leave a Comment

error: Content is protected !!