ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଜେପୁର ଥାନାଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଲାଞ୍ଜିଗଡ଼,୦୪/୦୫(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନାଞ୍ଚଳର ଦୁଇଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଜେପୁର ପୁଲିସ ! ପନ୍ଦରଦିନ ତଳେ ଏଇ ଥାନା ଅନ୍ତର୍ଗତ ବେନଗାଁଠାରେ ଚାଲିଥିବା ତାରିଣୀଯାତ୍ରା ଦେଖିବାକୁ ଯାଇ ଫେରୁଥିବାବେଳେ ତିନି ନାବାଳିକାଙ୍କ ମଧ୍ୟରୁ ଦୁଇଜଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ! ଏଥିରେ ଚାରିଜଣ ଯୁବକ ଓ ଜଣେ ନାବାଳକ ସଂପ୍ରୁକ୍ତ ଥିବା ଅଭିଯୋଗ ହୋଇଥିଲା ! ପୁଲିସ ପକ୍ଷରୁ ଏଇ ମାମଲାର ତଦନ୍ତ କରାଯାଇ ତିନି ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ଼ ଅଭିଯୁକ୍ତ ନାବାଳକକୁ ଜୁଭେନାଇଲ୍ ହୋମକୁ ପଠାଯାଇଛି ! ତେବେ ଏଇ ମାମଲାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ବିଭିନ୍ନ ମହଲରେ ଦାବି ଜୋର ଧରିବାରେ ଲାଗିଥିଲା ! ତେବେ ପନ୍ଦରଦିନ ପରେ ପୁଲିସ ଏଇ ମାମଲାରେ ସଫଳତା ହାସଲ କରିବା ସହିତ ଆଜି ମୁଖ୍ୟ ଅଭିଯୁକ୍ତ କେନ୍ଦୁପେଟ ଗାଁର ରାଜୀବ ମାଝୀକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ! ଏନେଇ ବିଜେପୁର ଥାନା କେସ୍ ନଂ.୦୮/୨୩ ଓ ୦୯/୨୩ରେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି !

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ବୁଡାଗୁଡ଼ା ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ: ଅଭିଯୋଗର ଚାରିଦିନ ମଧ୍ୟରେ ଚାରିଜଣ ଅଭିଯୁକ୍ତ ଗିରଫ

ଲକ୍ଷାଧିକ ମୂଲ୍ୟର ୭ ଗୋଟି ଚନ୍ଦନ ଗଛ କାଟି ଫେରାର ମାରିଲେ ମାଫିଆ

Sunil Chandra Nayak

ଶକ୍ତିପୀଠ ତାଳଗୁଡ଼ ମାଁ ଡୋକରି ମନ୍ଦିରରେ ଚୋରି ,୩ ଅଟକ

masiha

Leave a Comment

error: Content is protected !!