ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଠନ ହେଲା ଖଇରା ଲିଗାଲ ଫୋରମ

ବାଲେଶ୍ଵର,୦୪/୫/୨୩- ନିକଟରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଖଇରା ଲିଗାଲ ଫୋରମ ଗଠିତ ହୋଇଯାଇଛି । ଏହି ଉପଲକ୍ଷେ ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ସଭାଗୃହ ମଧ୍ୟରେ ଏକ ସଭା ଆୟୋଜନ ହୋଇଥିଲା । ବରିଷ୍ଠ ଆଇନଜୀବୀ ଭରତ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ନିମ୍ନ ଅଦାଲତ ଠାରୁ ଦେଶର ସର୍ବୋଚ୍ଚ ଅଦାଲତ ପର୍ଯ୍ୟନ୍ତ କାର୍ଯ୍ୟରତ ଖଇରା ବ୍ଲକରେ ଜନ୍ମିତ ଆଇନଜୀବୀ ମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ଉପସ୍ଥିତ ଓ ସହମତିରେ ଖଇରା ଲିଗାଲ ଫୋରମ(khaira legal forum) ଗଠନ କରାଯାଇଛି, ଯାହା ବହୁ ଆଗରୁ ଗଠନ ହେବାର ଥିଲା । ଏହା କେବଳ ଆଇନଜୀବୀ ନିରଞ୍ଜନ ବେହେରାଙ୍କ ପାଇଁ ସମ୍ଭବ ହୋଇପାରିଛି । ଏଥିସହିତ ଏକ ସ୍ଥାୟୀ କମିଟି ଗଠନ କରାଯାଇଛି । ଯେଉଁଥିରେ ଅବସରପ୍ରାପ୍ତ ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ଯବର ରତ୍ନାକର ଦାଶଙ୍କୁ ଉପଦେଷ୍ଟା ଓ ହରେକୃଷ୍ଣ ଦାଶଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି, ସେହିପରି ଉପସଭାପତି ଭାବେ ଗୋପାଳ କୃଷ୍ଣ ରାୟମହାପାତ୍ର, କାଶୀନାଥ ମୁଦୁଲି, ରାମଚନ୍ଦ୍ର ଦାଶ, ଭରତ ଚନ୍ଦ୍ର ପଣ୍ଡା, ଯୁଧିଷ୍ଠିର ନାୟକ, ସାଧାରଣ ସମ୍ପାଦକ ଭାବେ ବେଣୁଧର ରାଉଳ, ସମ୍ପାଦକ ନିରଞ୍ଜନ ବେହେରା, ସହସମ୍ପାଦକ ଉପେନ୍ଦ୍ର ପ୍ରସାଦ ଭୂୟାଁ, ସଙ୍ଗଠନ ସମ୍ପାଦକ ଲମ୍ବୋଦର ନାୟକ, ସହସମ୍ପାଦକ ପ୍ରହଲ୍ଲାଦ ପତି ଓ ପ୍ରମୋଦ କୁମାର ଦାସ, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାନ୍ତି, ସହକୋଷାଧ୍ଯକ୍ଷ ଶଶାଙ୍କ ଶେଖର ପଣ୍ଡା, ପାଠାଗାର ସମ୍ପାଦକ ତୁଷାରକାନ୍ତ ବିଶ୍ବାଳ ଓ ସହପାଠାଗାର ସମ୍ପାଦକ ନଳିନୀ ପ୍ରଭା ଦାସଙ୍କୁ ମନୋନୀତ କରାଯାଇଥିଲା । ଏଥିସହିତ ତୁଳସୀ ବଳବନ୍ତରାୟ, ଚର୍ତୁଭୁଜ ଜେନା, ଅଭିମନ୍ୟୁ ବେହେରା, ରବିନ ମୋହନ ଜେନା, କେଶବ ଚନ୍ଦ୍ର ରାଉତ, ନାରାୟଣ ଚନ୍ଦ୍ର ସାହୁ, ମହେନ୍ଦ୍ର ପ୍ରସାଦ ଜେନା, ବସନ୍ତ କୁମାର ସ, ରମାକାନ୍ତ ପରିଡା, ଧିରେନ୍ଦ୍ର ଦାସ, ସନାତନ ନନ୍ଦ, ଆଶତୋଷ ପଣ୍ଡା, ମାଧବ କିଶୋର ସାହୁ, କମଳେଶ କୁମାର ଦାସ, ପାର୍ଥସାରଥୀ ମହାପାତ୍ର, ଦେବେନ୍ଦ୍ର କୁମାର ଧଳ, ଲକ୍ଷ୍ମୀକାନ୍ତ ରାଉତ, ରାଜେଶ କୁମାର ବିଶ୍ବାଳ, ମୃତ୍ୟୁଞ୍ଜୟ ମହାପାତ୍ର ଓ ସସ୍ମିତା ନନ୍ଦଙ୍କୁ କାର୍ଯ୍ୟକାରୀ ସଦସ୍ୟ/ସଦସ୍ୟା ଭାବେ ଚୟନ କରାଯାଇଛି । ଆଗାମୀ ଦିନରେ ଅଞ୍ଚଳବାସୀଙ୍କୁ ଆଇନ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ଉକ୍ତ ଫୋରମ କାର୍ଯ୍ୟ କରିବ ବୋଲି ଉଦ୍ଯକ୍ତା ଆଇନଜୀବୀ ନିରଞ୍ଜନ ବେହେରା ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦବେହେରାଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ଥାନାରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପହଞ୍ଚି ସମସ୍ତଙ୍କୁ ରକ୍ଷା ବନ୍ଧନ ଅବସରରେ ରାକ୍ଷୀ ପିନ୍ଧାଇଲେ 

masiha

ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ଅନ୍ଵେଷା ଠାକୁର

masiha

ଖଡଗ ନଦୀ ଗର୍ଭ ଜଳାଶୟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଉପକୃତ ହେବେ ୩ ଜିଲ୍ଲାର ୨୦ ହଜାର ଲୋକ

Sunil Chandra Nayak

Leave a Comment

error: Content is protected !!