ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରଥଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇଘର ୧୨/୬ (କିରଣ ପଟ୍ଟନାୟକ )ଆସନ୍ତା ଜୁଲାଇ ୭ ତାରିଖ ହେବାକୁ ଥିବା ରଥଯାତ୍ରା ପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ ରାଇଘର ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠି ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ରାଇଘର ର ମାନ୍ୟଗଣ୍ୟ ବ୍ୟାକ୍ତି, ଏବଂ ବୁଦ୍ଧିଜୀବୀ ଙ୍କ ସମେତ ରାଇଘର ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ, ଚଳିତବର୍ଷ ରଥଯାତ୍ରା ରେ କିଭଳି ଭାବେ ଆଡମ୍ବର ସହ ସୁରୁଖୁରୁ ରେ ପାଳନ କରାଯିବ ସେହି ବିଷୟରେ ସଭାପତି ଶ୍ରୀ ସେଠି ପ୍ରସ୍ତାବ ଦେଇଥିଲେ l ସର୍ବସମ୍ମତି କ୍ରମେ ସେହି ବିଷୟରେ ଆଲୋଚନା କରାଯାଇଥିଲା,ରଥଯାତ୍ରା ଛେରାପହରା ରେ ରାଇଘର ତହସିଲଦାର ପ୍ରତେକ ବର୍ଷ ଭଳି ଚଳିତବର୍ଷ ରାଇଘର ତହସିଲଦାର ଛେରାପହରା କରିବେ ବୋଲି ନିଷ୍ପତି ନିଆଯାଇଥିଲା,ଜଗନ୍ନାଥ ମନ୍ଦିର ଠାରୁ ମାଉସୀମା ମନ୍ଦିର ଯାଏ ଶାନ୍ତିଶୃଙ୍ଖଳାର ସହ କିଭଳି ଭାବେ ଭକ୍ତମାନେ ରଥ ଟାଣିବେ ସେହି ବିଷୟରେ ଆଲୋଚନା କରାଯାଇ ପୋଲିସ ବିଭାଗକୁ ସମ୍ପୂର୍ଣ ଭାବେ ଦାୟିତ୍ୱ ଦିଆଯାଇଥିଲା,ରାଇଘର ସଦର ମହକୁମା ର ମୁଖ୍ୟ ରାସ୍ତାର ଦୁଇପାର୍ଶ୍ୱରେ ଗାଡି ମଟର, ଦୋକାନ ବଜାର ରଥଟଣା ସମୟରେ ନ ରହିବ ଏବଂ କିଭଳି ଭାବେ ଗହଳି ହଟାଯିବ ସେହି ବିଷୟରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା,ରଥଯାତ୍ରା କମିଟି ତରଫରୁ ଦୁଇଟି କୀର୍ତନ ଦଳ ରଥ ସମ୍ମୁଖରେ କୀର୍ତନ କରିବେ ତା ସହ ଭକ୍ତଙ୍କ ପାଇଁ ମାଉସୀମା ମନ୍ଦିରରେ ୯ ଦିନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ଏବଂ କିଭଳି ଭାବେ ସୁଚାରୁ ରୂପେ ଚଳେଇବା ପାଇଁ ଆଲୋଚନା କରାଯାଇଥିଲା,,ଆଜିର ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର କର୍ମକର୍ତା ଯଥା ବ୍ଲକ କାର୍ଯ୍ୟାଳୟ ରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟକୁମାର ସେଠି, ପୋଲିସ ବିଭାଗରୁ କୌଶିକ ସାହୁ, ବନବିଭାଗ ,ତହସିଲ, ଅଗ୍ନିଶମ ବିଭାଗ ର କର୍ମକର୍ତା ଯୋଗ ଦେଇଥିଲେ, ରଥଯାତ୍ରା ଉପଲକ୍ଷେ ଏକ ନୂତନ କମିଟି ଗଠନ କରାଯାଇଥିଲା ଏହି କମିଟିରେ ସଭାପତି ଭାବେ ଲମ୍ବୋଧର ମାଝୀ, ଉପସଭାପତି କିରଣ ପଟ୍ଟନାୟକ, କୋଷାଧ୍ୟକ୍ଷ ଦିବାକର ନାୟକ,ସମ୍ପାଦକ ଶକ୍ତି ଜେନାଏବଂ ଅଭିମନ୍ୟୁ ଡାକୁଆ ଙ୍କୁ ଚୟନ କରାଯାଇଥିଲା ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଇଘର ପିଣ୍ଟୁ ଦେ, ଅନନ୍ତ କୁମାର ବାରିକ, ଗାଉଁଠିଆ କମଲସିଂ ରାଜପୁତ, ମାମନି ଚକ୍ରବର୍ତ୍ତୀ,ଘସନୁ ଗଣ୍ଡ, ବିଲୁସିଂ ରାଜପୁତ, ସହାଦେବ ଗଣ୍ଡ, ଶ୍ରୀରାମ ସୁନାନୀ, ରତନ ଗଣ୍ଡ, କୁଆଁରଲାଲ ଗଣ୍ଡ,ଦିବାକର ନାୟକ ପ୍ରମୁଖ ଯୋଗଦେଇଥିଲେ ।

ମସିହା ନିୟୁଜ୍ ସର୍ଭିସ୍

Related posts

ପରିବାର ଅଦାଲତ ଆଦେଶ କୁ ସରପଞ୍ଚ ଙ୍କ ଅବମାନନା :ପ୍ରଥମ ସ୍ତ୍ରୀ କୁଲି କାମ କରି ଜୀବନ ବିତାଉଛନ୍ତି

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

Leave a Comment

error: Content is protected !!