ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ଓ ଗମ୍ଭାରୀଗୁଡା ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମପାଣି ଓ ଗମ୍ଭାରୀଗୁଡା ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୨୭/୧ // ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଓଡ଼ିଶା ସରକାରଙ୍କ ଲୋକାଭିମୁଖୀ ଯୋଜନାର ରୂପରେଖ ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ କରିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର । ଗମ୍ଭାରୀଗୁଡା ଓ ଆମପାଣି ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଦୁଇ ପଞ୍ଚାୟତରେ ଯୋଗଦେଇଥିଲେ । ପଞ୍ଚାୟତରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, କନିଷ୍ଠ ଯନ୍ତ୍ରୀ ଅମ୍ବିକା ମାଝୀ, ଶିକ୍ଷକ ଭାଗ୍ୟବାନ ବାଗ ସମାଜସେବୀ ସୁରେଶ ସାହୁ, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇବା ସହ ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ହିଁ ପ୍ରତିଶୃତିବଦ୍ଧ ବୋଳି କହିଥିଲେ। କଟକରୁ ଆସିଥିବା ସିଙ୍ଘମ ଲୋକନୃତ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ଗମ୍ଭାରୀଗୁଡା ପଞ୍ଚାୟତ ସରପଞ୍ଚ ଇଶ ରାମ ସୁନାନୀ, ବିଜେଡି ନେତା ମଙ୍ଗଲୁ ଚରଣ ଭାଟି ଉପସ୍ଥିତ ରହିଥିବା ବେଳେ ଲୋଇସିଙ୍ଗାର ଶଙ୍କର ଗ୍ରୁପ ବଜାସାଲ କାର୍ଯ୍ୟକ୍ରମରେ ଜନ ପ୍ରତିନିଧିଙ୍କ ସମେତ ଜନ ସାଧାରଣ ନାଚଗୀତରେ ଝୁମି ଯାଇଥିଲେ। ଦୁଇ ପଞ୍ଚାୟତର କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା କର୍ମଚାରୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମି ସମେତ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ ହୋଇଥିଲେ। ପଞ୍ଚାୟତ ପିଇଓ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ମସିହା ନିୟୂଜ ସର୍ଭିସ୍ 

Related posts

ଦର୍ଶନଶାସ୍ତ୍ର ବିଭାଗ ଶେଷ ବର୍ଷ ପିଲାଙ୍କୁ ବିଦାୟ ସମ୍ବର୍ଦ୍ଧନା 

masiha

ପାଟଣାଗଡ ଉପଖଣ୍ଡସ୍ତରୀୟ ସମସ୍ୟା ଉପରେ ପ୍ରଶାସନ ସହିତ ସିଟିଜେନ କମିଟି ର ଆଲୋଚନା

Sunil Chandra Nayak

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

Sunil Chandra Nayak

Leave a Comment

error: Content is protected !!