ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାରନ୍ଦା ସେଣ୍ଟଜାଭିଅର ପବ୍ଲିକ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

କାରନ୍ଦା ସେଣ୍ଟଜାଭିଅର ପବ୍ଲିକ ବିଦ୍ୟାଳୟର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଢ଼େଙ୍କାନାଳ (ମ ସୀ ହା)୨୯/୦୧_ହିନ୍ଦୋଳ ବ୍ଲକ ର କାରନ୍ଦା ଗ୍ରାମପଞ୍ଚାୟତର କାରନ୍ଦା ସେଣ୍ଟ ଜାଭିଅର ପବ୍ଲିକ ବିଦ୍ୟାଳୟ ରେ ୨୮ ତାରିଖ ରବିବାର ଦିନ ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ପ୍ରାରମ୍ଭ ରେ ୨୦୨୩ –୨୦୨୪ ମସିହାର ବିବରଣୀ ପଠନ ଓ ଖେଳ, ଗୀତ,ଚିତ୍ରାଙ୍କନ, ରଚନା ପ୍ରତିଯୋଗୀତା କରାଯାଇଥିଲା । ସେଥିରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ପ୍ରତି ବିଭାଗର ତିନି ତିନି ଜଣ ମନୋନୀତ କରାଯାଇଥିଲା ।ଏହି ଉତ୍ସବରେ ମୂଖ୍ୟ ବକ୍ତା ଭାବେ ଓଡିଶାର ମାନ୍ୟବର ବୈଜ୍ଞାନିକ ଡଃ ଷ୍ଟାଲିନ୍ ମିଶ୍ର , ମୂଖ୍ୟ ଅତିଥି ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଦୁର୍ଗା ପ୍ରସାଦ ମିଶ୍ର,ଉପଦେଷ୍ଠା କୁମୁନ୍ଦ ଚନ୍ଦ୍ର ସାମଲ, ସମ୍ପାଦକ ସୁବ୍ରତ ମିଶ୍ର ,ରତି କାନ୍ତ ଗଡ଼ନାୟକ ,ଡ.ସୁଜତା ରଥ, ଶ୍ରୀମତୀ ସ୍ପୃତୀ ପ୍ରଭା,ସିନୀବାସ ମିଶ୍ର ଓଶଶୀକାନ୍ତ ଗଡ଼ନାୟକ ଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଦ୍ୟାଳୟ ଚେୟାରମାନ ସୁବ୍ରତ କୁମାର ସାମଲ ଉପସ୍ଥିତ ସଦସ୍ୟ ମାନଙ୍କୁ ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଦୁର୍ଗା ପ୍ରସାଦ ମିଶ୍ର ଙ୍କ ଦ୍ୱାରା ଦୀପ ପ୍ରଜ୍ଜଳନ କରାଯାଇଥିଲା । ବିଦ୍ୟାଳୟରେ ଭାଗ ନେଇଥିବା କୃତୀ ଛାତ୍ର ଓ ଛାତ୍ରୀଙ୍କୁ ବିଦ୍ୟାଳୟର ଅଧ୍ୟାପିକା ସୁଜାତା ସତପଥି ପୁରସ୍କାର ବିତରଣ କରିଥିଲ ।I ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଘୋଡ଼ା ନାଚ ଓ ଗୀତ ନାଟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାପ୍ତ ହୋଇଥିଲା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସରସ ଓ ସୁନ୍ଦର ହୋଇ ପାରିଥିଲା l

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ବିଶ୍ଵ ନିଶା ନିବାରଣ ଦିବସ ପାଳିତ

Sunil Chandra Nayak

ଅନ୍ତଜିଲ୍ଲା ଅନୁଭୂତି ପରିଦର୍ଶନ ସକାଶେ ନବରଙ୍ଗପୁର ଜିଲ୍ଲା କିଶୋରୀ ମାନଂକ ଭୁବନେଶ୍ୱର ଗସ୍ତ 

Sunil Chandra Nayak

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପାଞ୍ଚ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ 

Leave a Comment

error: Content is protected !!