ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିନାୟକ ପ୍ରକୃତି ପାରିଜାତ ଲୋକ ସାହିତ୍ୟ ସମ୍ମିଳନୀ

ମହାବିନାୟକ ପ୍ରକୃତି ପାରିଜାତ ଲୋକ ସାହିତ୍ୟ ସମ୍ମିଳନୀ

ଯାଜପୁର : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ମହାବିନାୟକ ପ୍ରକୃତି ପାରିଜାତ ଲୋକ ସାହିତ୍ୟ ସମ୍ମିଳନୀ ମହାବିନାୟକ ଅଷ୍ଟଶମ୍ଭୁ ମନ୍ଦିର , ଚଣ୍ଡିଖୋଲ , ଯାଜପୁର ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ରାଜ୍ୟସ୍ତରୀୟ କବିତା ପାଠ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା ।କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ଓଳାଶୁଣୀ ପୀଠର ସନ୍ଥ ରମାକାନ୍ତ ବାବା ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ଘାଟନ କରିଥିଲେ । ପ୍ରକୃତିର ଉପମା ଓ ଆଧ୍ୟାତ୍ମିକ ଭାଵନା ସାହିତ୍ୟକୁ ଜୀବନ୍ତ କରିଥାଏ ।

ମୁଖ୍ୟ ଅତିଥି ଡ଼କ୍ଟର ବସନ୍ତ କିଶୋର ସାହୁ, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ପ୍ରଥମ ଅଧିବେଶନରେ ଲୋକ ସାହିତ୍ୟର ସାମାଜିକ ଅଙ୍ଗୀକାରବଧ୍ୟତା ଉପରେ ସୂକ୍ଷ୍ମ ଦୃଷ୍ଟିପାତ କରିଥିଲେ । ଦ୍ଵିତୀୟ ଅଧିବେଶନର ମୁଖ୍ୟଅତିଥି ଭିକାରୀ ରାଉତ୍, ପ୍ରାକ୍ତନ ସି ବି ଆଇ ଜଜ୍ ଆଧ୍ୟାତ୍ମିକ ଭାବନା ସାହିତ୍ୟକୁ ଜୀବନ୍ତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଜ୍ଯୋତିଷାଚାର୍ଯ୍ଯା ଡ. ସସ୍ମିତା ମିଶ୍ର, ଯୋଗଦେଇ ଉଦାହରଣ ମାଧ୍ୟମରେ ଲୋକ ସାହିତ୍ୟରେ ଆଧ୍ୟାତ୍ମିକତା ଏବଂ ପ୍ରକୃତି ସମ୍ପର୍କିତ ବ୍ୟାଖ୍ୟା ଅତି ସୁନ୍ଦର ଭାବେ କରିଥିଲେ । ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ବକ୍ତା ଭାବେ କାଳୀପଦ ପଣ୍ଡା , ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ଜନଜୀବନରେ ପ୍ରତିଫଳିତ ଘଟଣା ଏବଂ ଦୁର୍ଘଟଣା ଶ୍ରେଷ୍ଠ ସାହିତ୍ୟ ସୃଷ୍ଟି କରିବା ପାଇଁ ସହାୟକ ହୋଇଥାଏ ବୋଲି ନିଜ ଶୈଳୀରେ ବ୍ୟାଖ୍ୟା କରିଥିଲେ ।ସମ୍ମାନିତ ବକ୍ତା ଭାବେ ସତ୍ୟବ୍ରତ ପୁହାଣ ,ସରସ୍ଵତୀ ବାରିକ ,କବି ବିପିନ ବିହାରୀ ବାରିକ ,ଡ଼କ୍ଟର ଦିଲ୍ଲୀପ ସେନାପତି,ଶ୍ରୀଯୁକ୍ତ ବିଜୟ ଦାସ, (ବରିଷ୍ଠ ନାଟ୍ୟକାର ଏବଂ ବରିଷ୍ଠ ସ୍ତମ୍ଭକାର ,)ଶ୍ରୀଯୁକ୍ତ ଭକ୍ତ ଚରଣ ସାହୁ, (ବରିଷ୍ଠ ସାମ୍ବାଦିକ ଏବଂ ଶିଶୁ ସାହିତ୍ୟିକ, କଟକ),ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ସଭାପତି ସର୍ବୋଦୟ ମଣ୍ଡଳ(କଟକ )ଡଃ ଦୀପାୟନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଶାନ୍ତି କମିଟି, (କଟକ) ,ଉପନିର୍ଦେଶକ ଅଜୟ କୁମାର ପଣ୍ଡା ଯୋଗଦେଇ ଲୋକ ସାହିତ୍ୟରେ ପ୍ରକୃତି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମନ୍ଦିର ପରିସରରେ ବୃକ୍ଷରୋପଣଏବଂ ସଫେଇ କାର୍ଯ୍ୟରେ ସାହିତ୍ୟିକ ଏବଂ ସମାଜସେବୀମାନେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ ଏବଂ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ । ନଅ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ମହାବିନାୟକ ସମ୍ମାନ ପ୍ରଦାନ କରାଯାଇଥିଲା । ଡ଼କ୍ଟର ସସ୍ମିତା ମିଶ୍ରଙ୍କ ପୁସ୍ତକ ଲୀଳାମୟ ଶ୍ରୀ ଜଗନ୍ନାଥ ଉନ୍ମୋଚନ କରାଯାଇଥିଲା । ଡ଼କ୍ଟର ସରସ୍ଵତୀ ପାତ୍ର ଏବଂ ଗୋଲାପ ସାହୁ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଗାନ କରିଥିଲେ । ତିନିଶହରୁ ଉର୍ଦ୍ଧ ସାହିତ୍ୟିକ ଏବଂସମାଜସେବୀମାନଙ୍କୁ ରାଜ୍ୟସ୍ତରୀୟ ମହାବିନାୟକ ସାରସ୍ବତ ସମ୍ମାନ, ମହାବିନାୟକ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । କବୟିତ୍ରୀ ସୁପ୍ରିୟା ମହାନ୍ତି ଏବଂ କବୟିତ୍ରୀ ତପସ୍ଵିନୀ ଶାନ୍ତି କବିତା ସଂଯୋଜନା କରିଥିଲେ । କବି ଶୁଭବ୍ରତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ କବି ଆଶୁତୋଷ ଦେବୀପ୍ରସାଦ ରାଉତ୍, କବି ହିଂମାଶୁ ଭୁଷଣ ଜେନା , କବି ଜନ ରଞ୍ଜନ ପ୍ରଧାନ, କବି ଛବିରାମ ସେଠୀ, ନମିତା ମହାନ୍ତି, ବିରେନ୍ଦ୍ର କୁମାର ଜେନା, ଅରୁଣ ଅଗ୍ରୱାଲ, କବୟିତ୍ରୀ ଭଗବତୀ ଖଟୁଆ , କବୟିତ୍ରୀ ମୋନାଲିସା ସିଂହ, କବୟିତ୍ରୀ ଉତ୍କଳିନୀ ରାଉତ, କବୟିତ୍ରୀ ସସ୍ମିତା ପଟ୍ଟନାୟକ, କବୟିତ୍ରୀ ଇତିଶ୍ରୀ ପତି ଶେଷ ପର୍ଯ୍ୟନ୍ତ ରହି ସହଯୋଗ କରିଥିଲେ । କବି ନଳିନୀ କାନ୍ତ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିୟୂଜ ସର୍ଭିସ୍ 

Related posts

ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ

Sunil Chandra Nayak

ବର୍ଷା ରେ ଭୁଷଡ଼ିଲା କଚା ଘର, ଅଳ୍ପ କେ ଭର୍ତ୍ତିଗଲେ ପରିବାର

Sunil Chandra Nayak

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

Sunil Chandra Nayak

Leave a Comment

error: Content is protected !!