ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆକାଂକ୍ଷା ହାଟ ଉଦଘାଟିତ

ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଆକାଂକ୍ଷା ହାଟ ଉଦଘାଟିତ

ସୁନ୍ଦରଗଡ଼, ୩୧/୦୭/୨୫: ଆଜି ଶଙ୍କରା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଆକାଂକ୍ଷା ହାଟ ମଧ୍ୟ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନ ସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। 

ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ସୁନ୍ଦରଗଡ଼ରେ ବିତାଇଥିବା ନିଜର ଛାତ୍ର ସମୟ ର ସ୍ମୃତି ଚାରଣ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ନାରୀ ସଶକ୍ତିକରଣର ବଳିଷ୍ଠ ଝଲକ ରହିଛି। ଏଠାକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜକୁ ପ୍ରତ୍ୟେକ କ୍ଷେତ୍ରରେ ସଫଳ ଭାବେ ପ୍ରତିପାଦିତ କରି ପାରିଛନ୍ତି। ସେହିଭଳି ସମସ୍ତେ ଏକ ଟିମ୍ ଭାବେ ସମନ୍ଵୟ ରକ୍ଷା କରି ଜିଲ୍ଲାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। 

  ସେହିଭଳି ଜିଲ୍ଲାର ଉନ୍ନତି ଦିଗରେ ସମସ୍ତେ ଏକଜୁଟ ହେବା ଏବଂ ଜିଲ୍ଲା କୁ ଉନ୍ନତି ପଥରେ ଆଗେଇ ନେବାକୁ ଅତିଥି ମାନେ ନିଜ ଅଭଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର, ଡି ଏଫ୍ ଓ ଶ୍ରୀ ଖୁସୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ପାନପୋଷ ଉପ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ, ଆଇ ଏ ଏସ ଶିକ୍ଷାନବିଷ ଫାବୀ ରସିଦ, ସମସ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ବ୍ଲକ ରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ସୁନ୍ଦରଗଡ଼ ଜିଲ୍ଲା ରେ ଥିବା ଦୁଇ ଗୋଟି ଆକାଂକ୍ଷା ବ୍ଲକ ଯଥା ନୂଆଗାଁ ଓ ବାଲିଶଙ୍କରା ରେ ବିଭିନ୍ନ ସରକାରୀ ଯୋଜନା ଗୁଡ଼ିକର ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଇ ସମ୍ପୂର୍ଣ୍ଣତା ଅଭିଯାନର ସଫଳ ରୂପାୟନ କରାଯାଇଅଛି। ଏହି ଅଭିଯାନ ନିମନ୍ତେ ବିଭିନ୍ନ ସୁଚକାଙ୍କ ବା ଇଣ୍ଡିକେଟର ରହିଛି ଯେମିତିକି ସ୍ବାସ୍ଥ୍ୟ, ପୋଷଣ, ଶିକ୍ଷା , କୃଷି, ଜଳ ସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତ କରିବା, ଦକ୍ଷତା ଇତ୍ୟାଦି। ଏହି ସୁଚକାଙ୍କ ଗୁଡ଼ିକୁ ସଫଳତାର ସହ ରୂପାୟନ କରିଥିବାରୁ ନୂଆଗାଁ ବ୍ଲକ କୁ ସରକାରଙ୍କ ତରଫରୁ ରୌପ୍ୟ ପଦକ ଏବଂ ବାଲିଶଙ୍କରା ବ୍ଲକ କୁ ତାମ୍ର ପଦକ ପ୍ରଦାନ କରାଯାଇଅଛି। ସେହିଭଳି ଆଜି ଏହି ଅବସରରେ ସଂପୃକ୍ତ ବ୍ଲକ ରେ ତୃଣମୂଳ ସ୍ତର ରେ ଅକ୍ଲାନ୍ତ ପରିଶ୍ରମ କରି ଏହି ସମ୍ପୂର୍ଣାତା ଅଭିଯାନ କୁ ସଫଳ କରିଥିବା ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। 

   ସେହିଭଳି ଆଜି ବରେଣ୍ୟ ଅତିଥି ମାନଙ୍କ ଦ୍ଵାରା ଆକାଂକ୍ଷା ହାଟ ର ମଧ୍ୟ ଶୁଭ ଉଦଘାଟନ ହୋଇଅଛି ଏବଂ ସମସ୍ତ ଅତିଥି ମାନେ ସମସ୍ତ ଷ୍ଟଲ ପରିଦର୍ଶନ କରି ଉତ୍ପାଦିତ ଦ୍ରବ୍ୟ,ସାମଗ୍ରୀ ଗୁଡ଼ିକ ଆଦି ସମ୍ପର୍କରେ ପଚାରି ବୁଝି ଥିଲେ। ଏଥିରେ ଏହି ଦୁଇ ଗୋଟି ଆକାଂକ୍ଷା ବ୍ଲକ ରୁ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଏବଂ ଅନ୍ୟାନ୍ୟ ବିଭାଗ ଯଥା – କୃଷି, ଉଦ୍ୟାନ କୃଷି, ହସ୍ତଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଓରମାସ ଆଦି ବିଭାଗ ଦ୍ଵାରା ୨୦ ଗୋଟି ଷ୍ଟଲ ସ୍ଥାନିତ ହୋଇଅଛି। ଏହି ଆକାଂକ୍ଷା ହାଟ ଦ୍ଵାରା ଉତ୍ପାଦକ ମାନେ ନିଜର ଉତ୍ପାଦନ କୁ ବିକ୍ରି ପାଇଁ ଏକ ଉତ୍କୃଷ୍ଟ ବଜାର ବ୍ୟବସ୍ଥା ପାଇବେ। ଏହା ଦ୍ବାରା ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ, ଚାଷୀ, କାରିଗର, ବୁଣାକାର ମାନଙ୍କ ଆର୍ଥିକ ଉନ୍ନତି ଘଟିବା ସହିତ ଉପଭୋକ୍ତା ମାନଙ୍କୁ ମଧ୍ୟ ସ୍ଥାନୀୟ ଉତ୍ପାଦ ଗୁଡ଼ିକ ସହଜ ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ ହୋଇପାରିବ। ଏହି ଆକାଂକ୍ଷା ହାଟ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

Sunil Chandra Nayak

ଶୀତ ଦିନେ ବି ମହାଳିଙ୍ଗ ଗ୍ରାମରେ ପିଇବା ପାଣି ସମସ୍ୟା

Sunil Chandra Nayak

ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବିନ ଓଡ଼ିଶା ଯୁବ ଓଡ଼ିଶା ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!