ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତ୍ରି କାଳୀନ ବସ ମାଲିକଙ୍କ ମନମାନି; ପରମିଟ ଅନୁସାରେ ମୂଳ ସ୍ଥାନରୁ ଗଡୁନି ଘରୋଇ ରଘୁନାଥ ବସ୍ ; ସୁଲାଇପାଟ ଅଂଚଳଵାସୀ ଅସନ୍ତୁଷ୍ଟ

ରାତ୍ରି କାଳୀନ ବସ ମାଲିକଙ୍କ ମନମାନି; ପରମିଟ ଅନୁସାରେ ମୂଳ ସ୍ଥାନରୁ ଗଡୁନି ଘରୋଇ ରଘୁନାଥ ବସ୍ ; ସୁଲାଇପାଟ ଅଂଚଳଵାସୀ ଅସନ୍ତୁଷ୍ଟ

 ମୟୂରଭଂଜ – ୩୧/୦୭ — ଦିନକୁ ଦିନ ଘରୋଇ ବସ୍ ମାଲିକଙ୍କ ମନମାନି ବଢ଼ି ଚାଲିଛି । ପରମିଟ୍ ଅନୁସାରେ ମୂଳ ସ୍ଥାନରୁ ଗଡୁନି ବସ ।ଯାହାକୁ ନେଇ ଅଂଚଳଵାସୀ ଏବଂ ଯାତ୍ରୀ ହନ୍ତସନ୍ତ ଓ ଅସନ୍ତୁଷ୍ଟ ।ପରିବହନ ଅଧିକାରୀ ସବୁକିଛି ଜାଣି ନ ଜାଣିବା ପରି ବସିଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଠାରୁ ସୁଲାଇପାଟ ୧୭ କିମି ରାସ୍ତା ।ସୁଲାଇପାଟ ଏକ ଦୁର୍ଗମ ଅଂଚଳରେ ଅବସ୍ଥିତ ।ଏଠାରେ ଖଡଖାଇ ନଦୀବନ୍ଧ ମଧ୍ୟମ ଜଳ ସେଚନ କଳ୍ପ ଅଛି ।ଏହାକୁ ମଧ୍ୟ ପର୍ଯ୍ଯଟନସ୍ଥଳୀ ମାନ୍ୟତା ମିଳିଛି ।କିନ୍ତୁ ଦୁଃଖର ବିଷୟ ଘରୋଇ ବସ ରଘୁନାଥ ର ପରମିଟ ସୁଲାଇପାଟ ଭାୟା ରାଇରଙ୍ଗପୁର- ଭୁବନେଶ୍ଵର ଅଛି ।କିନ୍ତୁ ବସ ଟି ମାସେରୁ ଉର୍ଦ୍ଧ୍ବ ହେଲା ବସଟି ସୁଲାଇପାଟରୁ ଭାୟା ରାଇରଙ୍ଗପୁର ଦେଇ ଗଢ଼ିବା ପରିବରତ୍ତେ ରାଇରଙ୍ଗପୁର ରୁ ଭୂଵନେଶ୍ଵର ଗଡୁଛି ।

 ଯାହାଫଳରେ ସୁଲାଇପାଟରୁ ରାଇରଙ୍ଗପୁର ରାସ୍ତାରେ ଥିବା ୫ ଟି ପଞ୍ଚାୟତର ଯାତ୍ରୀ ବସ ସେବାରୁ ବଞ୍ଚିତ ହେଉଛନ୍ତି ।ରାଇରଙ୍ଗପୁର ଅତିରିକ୍ତ ପରିବହନ ବିଭାଗ କାର୍ଯ୍ୟାଳୟ ମଧ୍ୟ ଘରୋଇ ବସ୍ ଉପରେ କଟକଣା ଲଗାଇପାରୁନାହିଁ ।ତେଣୁ ଜିଲ୍ଲାପ୍ରଶାସନ ଏଥିପ୍ରତି ଧ୍ଯାନ ଦେଇ ରଘୁନାଥ ବସ ପୂର୍ଵଭଳି ସୁଲାଇପାଟରୁ ବସଟି ଚଳାଚଳ ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ଜୟ ଯାଦବ, ଜୟ ମାଧବ ନାରାରେ ଜୁନାଗଡ଼ ସହର ପ୍ରକମ୍ପିତ, ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵକୁ ନେଇ ସହରରେ ବିଶାଳ ରାଲି

Sunil Chandra Nayak

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

masiha

୫୨୦ ନମ୍ବର ଜାତୀୟ ରାଜପଥ ରେ ଫସିଲା ବସ, ଶୋଚନୀୟ ରାସ୍ତା ପରିସ୍ଥିତି ରେ ଯାତ୍ରୀମାନେ ଦୁଃଖିତ

Sunil Chandra Nayak

Leave a Comment

error: Content is protected !!