ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବିଧବା ଗୁରୁବାରୀ ମୁଣ୍ଡା ଙ୍କ ପ୍ରତି ବନ ବିଭାଗ ଅଣଦେଖା ? ମାସେ ବିତିଲାଣି କେବେ ମିଳିବ ସହାୟତା ?

ହାତୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବିଧବା ଗୁରୁବାରୀ ମୁଣ୍ଡା ଙ୍କ ପ୍ରତି ବନ ବିଭାଗ ଅଣଦେଖା ? ମାସେ ବିତିଲାଣି କେବେ ମିଳିବ ସହାୟତା ?

 ମୟୂରଭଂଜ – ୧/୦୮ — ଵିଜାତଳା ବ୍ଳକର ସରଗଡା,ଚଢ଼େଇ ପାହାଡି,ମାଣିକପୁର, ମଢେଇକଚା,ଲୁହା ଶିଳା,ରାଇହରି ପଞ୍ଚାୟତର ପାହାଡିଆ ଅଂଚଳ ହେଉଛି ହାତୀ ମାନଙ୍କର ବାସସ୍ଥାନ ।ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା,ପାହାଡ଼ରେ ପଥର,ମୋରମ ଖନନ,ଜଙ୍ଗଲ ନଷ୍ଟ ଯୋଗୁଁ ଜଙ୍ଗଲ ନଷ୍ଟ ହେବା ସହ ଜଙ୍ଗଲରେ ରହୁଥିବା ଜୀଵଜନ୍ତୁ ବାସସ୍ଥାନ ସଙ୍କୁଚିତ ହେଫା ସହ ,ଖାଦ୍ଯାଭାବ ଦେଖା ଦେଉଛି । ତେଣୁ ହାତୀମାନେ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି । ।ହାତୀର ଵାସ ସ୍ଥାନ ଖଣି ଖାଦାନ ଯୋଗୁଁ ଜଙ୍ଗଲ ସହ ପରିବେଶ ମାତ୍ରାଧିକ ନଷ୍ଟ ହେଉଛି । ବାସ ହରାଇ ହାତୀକୁ ସୁରକ୍ଷା ଦେବା କିଏ? ଜଙ୍ଗଲ ଜମି ନଷ୍ଟ ଯୋଗୁଁ ହାତୀଙ୍କ ପାଇଁ ଖାଦ୍ଯ ସଙ୍କଟ ଦେଖା ଦେଇଛି ।ବାଧ୍ୟ ହୋଇ ଖାଦ୍ୟ ଅନ୍ବେଷଣରେ ଗାଁ ଓ ସହରକୁ ପଶି ଏକର ଏକର ଚାଷ ଜମି ନଷ୍ଟ କରିବା ସହ ନିରିହ ଆଦିବାସୀଙ୍କ ଘର ଭାଙ୍ଗି ନଷ୍ଟ କରୁଛି । ଦିନ ଥିଲା ହାତୀ ମଣିଷର ବଂଧୁ ‌। ଏବେ ହାତୀ ସାଜିଛି ମଣିଷର ବଇରୀ ।ହାତୀ ମଣିଷର ଲଢେଇ ଚାଲିଛି ।କେଉଁଠି ହାତୀକୁ ମାରି ଦିଆଯାଉଛି ତ କେଉଁଠି ହାତୀ ମଣିଷର ଜୀବନ ନେଉଛି ।

ସୂଚନାଯୋଗ୍ଯ ୧୯/୦୬/୨୦୨୫ ରେ ଗୁରୁବାର ରାତିରେ ବିଜାତଳା ବ୍ଳକ ଅନ୍ତର୍ଗତ ସରଗଡା ପଞ୍ଚାୟତର ଭିଜିଡ଼ି ଗ୍ରାମର ବିଧବା ଗୁରୁବାରୀ ମୁଣ୍ଡା ଘରକୁ ରାତିରେ ହାତୀ କବାଟ ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି । ଆସବାବ ନଷ୍ଟ କରି ଦେଇଥିଲା ।ସରଗଡା ଆର ଆଇ ପାଲ ଖଣ୍ଡେ ଦେଇଛନ୍ତି l ଏହି ବିଷୟରେ ସରଗଡା ସରପଞ୍ଚ ଏବଂ ରାଇରଙ୍ଗପୁର ବନଖଣ୍ତ ବିଭାଗ କୁ ଲିଖିତ ଜଣାଇଥିଲେ ମଧ୍ୟ ସରକାରୀ ସାହାଯ୍ୟ ମିଳିନାହିଁ lତେଣୁ ବିଚରା ବିଧବା ଗୁରୁବାରୀକୁ ଆବାସ ଯୋଜନାରେ ଖଣ୍ଡେ ଗୃହ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

 ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଆରମ୍ଭ ହେଲା ଅର୍ପଣ ରଥ

masiha

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

masiha

ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ,  ଘଟଣା ସ୍ଥଳରେ ଯୁବତୀ ମୃତ୍ୟୁ ଓ ଦୁଇ ଜଣ ଗୁରୁତର, ଘଟଣା ସ୍ଥଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ପୂର୍ବତନ ବିଧାୟକ କୈଳାଶ କୁଲେସିକା ଜଣେ ଗୁରୁତର ଙ୍କୁ ନିଜ ଆମ୍ବୁଲାନ୍ସ ଆଣି  କୋରାପୁଟ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଲେ     

Sunil Chandra Nayak

Leave a Comment

error: Content is protected !!