ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରେ ମୃତ୍ୟୁ ଘଟିଥିବା ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

ବଜ୍ରପାତରେ ମୃତ୍ୟୁ ଘଟିଥିବା ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ

କିଛି ଦିନ ତଳେ ବଜ୍ରପାତ ଯୋଗୁଁ ପର୍ଲା ପଂଚାୟତ ଅଧିନସ୍ଥ ଚିତାମୁଣ୍ଡା ଗ୍ରାମର ଗୋଟିଏ ପରିବାର ର ତିନିଜଣ ମହିଳା ମୃତ୍ୟୁ ବରଣ କରିଥିଲେ।ଏହି ଦୁଃଖଦ ଘଟଣା ସମଗ୍ର ଦଣ୍ଡପାଟ ଅଂଚଳ ରେ ଶୋକର ଛାୟା ଖେଳାଇ ଦେଇଥିଲା।ଏହି ଘଟଣା ପରେ ବିଭିନ୍ନ ସାମାଜିକ ଓ ରାଜନୈତିକ ଦଳର କର୍ମକର୍ତ୍ତା ମାନେ ମୃତ ପରିବାର କୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସାହାଯ୍ୟ ଦେଇଥିବାର ଜଣାପଡିଛି। ଆଜି କଂଗ୍ରେସ ଦଳ ତରଫରୁ ମଧ୍ୟ ଏକ ପ୍ରତିନିଧି ମଣ୍ଡଳୀ ଚିତାମୁଣ୍ଡା ଯାଇ ମୃତ ପରିବାର କୁ ଭେଟି ନିଜର ସମବେଦନା ଜଣାଇବା ସହିତ କିଛି ଆର୍ଥିକ ସାହାଯ୍ୟ ଦେଇଥିଲେ। ପୀଡ଼ିତଙ୍କ ସହିତ କଂଗ୍ରେସ ଦଳ ଅଛି ଓ ଭବିଷ୍ୟତ ରେ ଆବଶ୍ୟକ ହେଲେ ସାହାଯ୍ୟ କରାଯିବ ବୋଲି ମୃତ ପରିବାର କୁ ସେମାନେ ପ୍ରତିଶୃତି ଦେଇଥିଲେ. ଏହି ପ୍ରତିନିଧି ମଣ୍ଡଳୀ ରେ ପ୍ରଦେଶ କଂଗ୍ରେସ କମିଟି ର ସମ୍ପାଦକ ଦିଗାମ୍ବର ଦୁରିଆ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ଯୁବ ନେତା ଡାକେଶ୍ୱର ଲହଜଲ, ରତନ ନାଏକ, ତ୍ରିନାଥ ମସ୍ରା ପ୍ରମୁଖ ସାମିଲ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ “ନିପୁଣ ଓଡ଼ିଶା ମେଳା”

masiha

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ, ୨–ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ଇନ୍ଦ୍ରାବତୀ ଜଳଭଣ୍ଡାର କୁ ଗାଧେଇବାକୁ ଯାଇ ପାଣିରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Leave a Comment

error: Content is protected !!