ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ 

ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ 

ନବରଙ୍ଗପୁର:(ତା ୦୮|୯)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆଜି ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି |ଏହି ଶୁଭ ମୁହୂର୍ତ୍ତରେ ଝରିଗାଁ ବିଧାୟକ ନରସିଂ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଜେପିର ବରିଷ୍ଠ କର୍ମୀ ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀଙ୍କ ସମେତ ଅନେକ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ମାନଙ୍କ ମଧ୍ୟରେ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ,ଏ କେ ସାହୁ,ବନରକ୍ଷୀ ଜି ପି ମହାନ୍ତି, ରାଜା ମଣ୍ଡଳ ଓ କୃଷ୍ଣ ବିଷୋୟୀ, ଏ ଯେ ୱାଇ ଷ୍ଟାଫ ଓ ପାରାଗାର୍ଡ ଷ୍ଟାଫ ସବୁ ଉପସ୍ଥିତ ରହିଥିଲେ |ପ୍ରକାଶ ଥାଇକି, ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ୭୪ତମ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ୭୫ ଲକ୍ଷ ଚାରା ରୋପଣ ପାଇଁ ସଂକଳ୍ପ ନେଇଥିବା ବେଳେ ଦେଶର ପ୍ରତି ଜିଲ୍ଲା, ବ୍ଲକ ଓ ପଂଚାୟତରେ ଚାରା ରୋପଣ ପାଇଁ ନିର୍ଦ୍ଦେଶ କରିଛନ୍ତି |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି |ଏହି ଯାନ ବ୍ଲକର ପ୍ରତ୍ୟେକ ପଂଚାୟତ ବୁଲି ଚାରା ବିତରଣ କରିବା ନେଇ ସୂଚନା ମିଳିଛି |ଏଠାରେ ସୂଚେଇ ଦେବାକୁ ଚାହୁଁକି,ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଲକ ମିଶି ୨୨୧୦୦ ଚାରା ରୋପଣ ହେବାକୁ ଥିବା ବେଳେ ପ୍ରତ୍ୟେକ ପଂଚାୟତରେ ୫୦୦ ଚାରା ଯୋଗେଇ ଦେବାର ନିର୍ଦ୍ଦେଶ ରହିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳନ

ମୋ ମାଟି ମୋ ଦେଶ,”,କାର୍ଯ୍ୟକ୍ରମ 

masiha

ବିଶିଷ୍ଟ ସମାଜସେବୀ ନୃସିଂହ ଚରଣ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ କୁଇଜ ପ୍ରତିଯୋଗିତା 

masiha

Leave a Comment

error: Content is protected !!