ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ରେ ସରକାରୀ ସ୍ଵଂୟଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି 

ଭବାନୀପାଟଣା /୨୩-୦୩ //କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ଅବସ୍ଥାରେ ନାହିଁ ।ଏକ ମାତ୍ର ବିଶ୍ୱବିଦ୍ୟାଳୟ ଥିବା ସହିତ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ମଧ୍ୟ ନାହିଁ ।ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ଧର୍ମଗଡ଼ ଠାରେ ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ସ୍ଵୟଂ ଶାସିତ ମହାବିଦ୍ୟାଳୟ କରିବା ପାଇଁ ଏକ ଛାତ୍ର ଆନ୍ଦୋଳନ କରିଛି ।ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରାପ୍ତ ମହାବିଦ୍ୟାଳୟ ଘୋଷଣା ହେଲେ ମହାବିଦ୍ୟାଳୟରେ ଫି ର ମୂଲ୍ୟ କମିବା ସହିତ ଗରିବ ବିଦ୍ୟାର୍ଥୀ ମାନେ ମଧ୍ୟ ପାଠ ପଢିବା ପାଇଁ ସୁଯୋଗ ପାଇବେ ବୋଲି ଏବିଭିପି ତରଫରୁ ଏହି ଆନ୍ଦୋଳନରେ କୁହା ଯାଇଥିଲା ।ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟକୁ ସ୍ଵୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଏକ ଶୋଭାଯାତ୍ରା କଲେଜ ଛକରୁ ଆରମ୍ଭ ହୋଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ଓ ଏହାକୁ ସ୍ଵୟଂଶାସିତ ଘୋଷଣା ,ଖାଲି ଥିବା ଅଧ୍ୟାପକ ନିଯୁକ୍ତି ,ବିଜ୍ଞାନ ଓ କଳା ବିଷୟ ଗୁଡିକରେ ସ୍ନାତକ ଖୋଲିବା , ଛାତ୍ର ଆବାସ ଓ ଛାତ୍ରୀ ନିବାସ ର ନିର୍ମାଣ ଭଳି ଅନେକ ଦାବିରେ ବିଦ୍ୟାର୍ଥୀ ମାନେ ରଣ ହୁଙ୍କାର କରି ଥିଲେ ।ଏହା ପରେ ଏକ ୮ ଦଫା ଦାବି ଧର୍ମଗଡ ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିଲା। ଏହି ଆନ୍ଦୋଳନର ନେତୃତ୍ୱ ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି, ଧର୍ମଗଡ଼ ନଗର ସହ ସମ୍ପାଦକ ଅଭିମନ୍ୟୁ ଧଙ୍ଗଡାମାଝୀ , ଧର୍ମଗଡ ବ୍ଲକ ସଂଯୋଜକ ରଶ୍ମି ରଞ୍ଜନ ଭାଟି ନେଇ ଥିଲେ ।ଏହା ସହିତ ଲିଙ୍ଗେଶ୍ୱର୍ ଜାଲ,ହିମାଂଶୁ ,ମୁକେଶ ହଂସ ,ଶୁଭମ୍ ନାଏକ ,ଲୋକନାଥ,ସୁଜିତ୍ ,ଆକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଆନ୍ଦୋଳନ ଦ୍ଵାରା ସରକାର ଓ ପ୍ରଶାସନ ଚେତିବା ସହିତ ଧର୍ମଗଡ଼ରେ ଶିକ୍ଷା ସୁରକ୍ଷା ଓ ରୋଜଗାରର ବିକାଶ ପାଇଁ ଧ୍ୟାନ ଦିଅନ୍ତୁ ନଚେତ୍ ଆଗାମୀ ଦିନରେ ବିଶାଳ ଛାତ୍ର ଆନ୍ଦୋଳନ ହେବ ବୋଲି ଏବିଭିପିର ଜିଲ୍ଲା ସଂଯୋଜକ ତନ୍ମୟ ବିଶି ନିଜର ମତ ରଖିଛନ୍ତି ।

ମସିହା ନିଉଜ ସର୍ଭିସ୍ 

Related posts

ଇଫୁନା ଓ ଉଫୁନା ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ 

masiha

ଫେରାର୍ ଉଦ୍ୟମ ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ।୨୦ ଗୋରୁ ଉଦ୍ଧାର,ଚାଳକ ଫେରାର୍ 

Sunil Chandra Nayak

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ

masiha

Leave a Comment

error: Content is protected !!