ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ କୃଷିବିଜ୍ଞାନକେନ୍ଦ୍ର ରେ ପ୍ରାକୃତିକ କୃଷି ସଚେତନତା କାର୍ଯ୍ୟକ୍ରମ    

ତିର୍ତୋଲ : – ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ! ବିଶେଷକରି ଧାନ ଚାଷରେ ଆମରାଜ୍ୟ ନିହାତି ଭାବେ ସର୍ବାଗ୍ରେ ରହି ଆସିଛି ! ଏହାବ୍ୟତୀତ ରବିଜାତୀୟ ଫସଲ, ପନିପରିବା ଇତ୍ୟାଦି ଚାଷ ମଧ୍ୟ କରାଯାଇଥାଏ ! ଏହି ସମସ୍ତ ଫସଲ ପାଇଁ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରାଯାଇଥାଏ ! ଯାହାଫଳରେ ସବୁ ପ୍ରକାର କୃଷିଜାତ ଖାଦ୍ୟପଦାର୍ଥ ନିଜର ପୋଷକ ଶକ୍ତି ହରାଇଥାଏ ! ଯାହାକୁ ଖାଇଲେ ଆମେ ବିଭିନ୍ନ ରକମର ରୋଗ ବେମାରରେ ପଡିଥାଉ ! ଏସବୁରୁ କିପରି ଆମେ ମୁକ୍ତିପାଇ ପାରିବା, ତାର ସୁନ୍ଦର ଉପଚାର ବିଷୟରେ ଏକ ଆଲୋଚନା ଓ ଜନସଚେତନ ପ୍ରଶିକ୍ଷଣ ଶିବିର,ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିମକଣା ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ପରିସରରେ କେବିକେ ର ବରିଷ୍ଟ ବୈଜ୍ଞାନିକ ଜୀବନ ଜିତ ସେନ ଙ୍କ ପ୍ରତ୍ୟେକ୍ଷ୍ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି ! ପ୍ରାକୃତିକ ଉପାୟରେ ଜୈବିକ ସାର ପ୍ରସ୍ତୁତକରି ଯଥେଷ୍ଟ ଉତ୍ପାଦନକ୍ଷମ ଫସଲ ଆମଦାନୀ କରିବା ନିମନ୍ତେ,ଏହି ଶିବିର ରେ ଗତ ମାର୍ଚ୍ଚ ତେର ଓ ଚଉଦ ତାରିଖ ଦୁଇଦିନ ଧରି ବିଶେଷଜ୍ଞ ମାନଙ୍କ ଦ୍ୱାରା ତାଲିମ୍ ଦିଆଯାଇଥିଲା ! ତିର୍ତୋଲ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଚାଳିଶ ଜଣ ମିଶନଶକ୍ତି ର କୃଷିମିତ୍ର ଓ ପ୍ରାଣୀମିତ୍ର ମହିଳା ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ !ଏଥିରେ ରୋଗ ପୋକ ବିଶେଷଜ୍ଞ ଦେବାଶିଷ ପଣ୍ଡା ଓ ଉଦ୍ୟାନ ବିଭାଗ ବୈଜ୍ଞାନିକ ଆଶିଷ କୁମାର ମହାନ୍ତି ଙ୍କ କୃଷିବିଜ୍ଞାନ କେନ୍ଦ୍ର ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଶିବିର ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !ତେବେ ଏହି ଜୈବିକ ସାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଖାଦ୍ୟ ସାମଗ୍ରୀ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତିବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞ ମାନେ ମତପ୍ରଦାନ କରିଥିଲେ !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ବାହାନଗା ରେଳ ଦୁର୍ଘଟଣା ଗ୍ରସ୍ତ ପରିବାରଙ୍କୁ ସାହାଯ୍ଯାର୍ଥେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏଡିଶା ବ୍ରାହ୍ମଣ ମହାସଭାର,ଵାମନଘାଟି ତରଫରୁ ସହାୟତା

Sunil Chandra Nayak

ବିଶ୍ବ ଉପଭୋକ୍ତା ଦିବସ ପାଳିତ 

masiha

Leave a Comment

error: Content is protected !!