ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ

ଭବାନୀପାଟଣା ଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ

ଭବାନୀପାଟଣା : ଗତ କାଲି ସନ୍ଧ୍ୟା ୫.୦୦ ଘ ସମୟରେ ସ୍ଥାନୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମାନ ଚକମା ଏବଂ ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ ଯୋଗ ଦେଇଥିଲେ । ଜିଲ୍ଲାର କ୍ରମବଧିଶ୍ନୁ ସଡ଼କ ଦୁର୍ଘଟଣା ଓ ସଡ଼କ ସୁରକ୍ଷା ଉପରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ ସଭା ପରିଚାଳନା ସହ ରାଜ୍ୟ ସରକାର ଓ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ଜାତୀୟ ରାଜପଥର ଜବରଦଖଲ ଉଚ୍ଛେଦ କରାଗଲେ ବହୁ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରନ୍ତା ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ବୈଠକ ରେ ଉପଜିଲ୍ଲାପାଳ, ପୋଲିସ୍ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପୌର ପରିଷଦ, ଏନ୍ ଏ ସି ଙ୍କୁ ଏହି ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ମଇ ଓ ଜୁନ ମାସରେ ଜିଲ୍ଲାର ଯାନବାହନ ଜନିତ ରାଜସ୍ବ ଆଦାୟ ମୋଟ୍ ୬.୨୬ କୋଟି ଟଙ୍କା ଆଦାୟ ହୋଇଛି ,ଯାହା ଧାର୍ଯ୍ୟ ଲକ୍ଷ୍ୟ ର ଶତକଡ଼ା ୮୯% ଅଟେ । ବିଗତ ଦୁଇ ମାସରେ ଜିଲ୍ଲାରେ ସମୁଦାୟ ୪୫ ଗୋଟି ଦୁର୍ଘଟଣା ଘଟିଛି । ମଦ୍ୟପାନ ଜନିତ ଦୃତବେଗ ଚାଳନା, ବିନା ହେଲମେଟ ଓ ସିଟ୍ ବେଲ୍ଟ ରେ ଗାଡି ଚାଳନା ଓ ଖରାପ ରାସ୍ତା ଯୋଗୁଁ ମୁଖ୍ୟତ ଦୁର୍ଘଟନା ଘଟୁଛି। ବେଆଇନ୍ ମଦ କାରବାର ଦିଗରେ ଦୃଢ଼ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବକାରୀ ଅଧିକ୍ଷକଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ କୃଷି କର୍ମରେ ନିୟୋଜିତ ହୋଇଥିବା ଶ୍ରମିକ ମାନଙ୍କୁ ମାଳବୁହା ଗାଡ଼ିରେ ଯଦି ପରିବହନ କରାଯାଏ ସେଥିପାଇଁ ପଦକ୍ଷେପ ନେବାକୁ ପୋଲିସ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ନର୍ଲା ରାସ୍ତାର ସେତୁରେ ଫାଟ ସୃଷ୍ଟିର ମରାମତି, ବାନେର୍ ଠାରୁ ଲଡୁଗାଁ ଛକ, ଘୋଡ଼ା ପୋଖରୀ ଠୁ ବାଲିପଡ଼ା ଛକ, ମୁଖିଗୁଡା ଠାରୁ ନବରଙ୍ଗପୁର ରାସ୍ତାରେ ଥିବା ଟୁଲୁ ଘାଟି ରାସ୍ତାର ଉନ୍ନତିକରଣ ଓ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ।

 ଜିଲ୍ଲାରେ ସ୍ଵୟଂ ଚାଳିତ ଟ୍ରାଫିକ ସିଗନାଲ ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ଵରାନିତ କରିବା, ଜିଲ୍ଲାରେ ସ୍ବୟଂ ଚାଳିତ ମୋଟର ଚାଳନା କେନ୍ଦ୍ର ଅତିଶୀଘ୍ର କାର୍ଯ୍ୟକ୍ଷମ , ଭାରିଯାନର ରହଣୀ ସ୍ଥାନ ନିର୍ମାଣ, ଭବାନୀପାଟଣା ନୂତନ ବସଷ୍ଟାଣ୍ଡ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ମୋଟର ଯାନ ଆଇନ୍ ଉଲଂଘନକାରୀଙ୍କ ବିରୁଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାର ଦୁର୍ଘଟଣା ହ୍ରାସ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ମତ ପ୍ରକାଶ ପାଇଥିଲା। ବୈଠକ ରେ ସି ଡି ଏମ ଏଣ୍ଡ ପି ଏଚ୍ ଓ,ମୋଟରଯାନ ନିରୀକ୍ଷକ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ,ଏନ୍ ଏଚ/ ଆର୍ ଏଣ୍ଡ ବି କର୍ମକର୍ତା,ଅବକାରୀ ଅଧିକ୍ଷକ, ଇ ଓ ମ୍ୟୁନିସିପାଲଟି, ଭବାନୀପାଟଣା,ଜୁନାଗଡ ଏନ୍ ଏ ସି,ଘରୋଇ ବସ୍ ଓ ଟ୍ରକ୍ ସଂଘର କର୍ମକର୍ତ୍ତା,ସଭ୍ୟ ସାମ୍ବାଦିକ ଉମା ଶଙ୍କର କର, ଓ ଏସ ଆର୍ ଟି ସି କର୍ମକର୍ତା ଯୋଗ ଦେଇଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା

masiha

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର 

Sunil Chandra Nayak

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

masiha

Leave a Comment

error: Content is protected !!