ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ‘ମିଶନ୍ ଅକ୍ସିଜେନ୍’ ପାଇଁ ପ୍ରସ୍ତୁତି ଵିଠକ 

ନବରଙ୍ଗପୁରରେ ‘ମିଶନ୍ ଅକ୍ସିଜେନ୍’ ପାଇଁ ପ୍ରସ୍ତୁତି ଵିଠକ 

ନବରଙ୍ଗପୁର:(୪/୭)(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ସହର ସଂଗ୍ରାମୀ ଲକ୍ଷ୍ମୀଚନ୍ଦ୍ର ଦାସ ପ୍ରେସ କ୍ଲବ ପରିସରରେ ଜିଲ୍ଲା ଓ୍ବାର୍କିଙ୍ଗଜର୍ଣ୍ଣାଲିଷ୍ଟ ୟୁନିୟନ ପକ୍ଷରୁ ‘ମିଶନ ଅକ୍ସିଜେନ୍ ‘ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୟୁନିୟନର ଅଧ୍ୟକ୍ଷ ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୟୁନିୟନର ସଭାପତି ପି.ପ୍ରକାଶ ‘ମିଶନ ଅକ୍ସିଜେନ୍ ‘ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ, ବୃକ୍ଷ ବିନା ମଣିଷ ନିଶ୍ଵାସ ପ୍ରଶ୍ୱାସ ବନ୍ଦ ହୋଇଯିବ । ସେଭଳି ଦିନକୁଦିନ ଜଳବାୟୁ ପରିବର୍ତ୍ତନ ମନୁଷ୍ୟ ସମାଜ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପ୍ରତିବର୍ଷ ତାପମାତ୍ରା ବଢ଼ିଚାଲିଛି। ଚଳିତ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଜିଲ୍ଲା ର ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି। ଅସହ୍ୟ ଗରମ ସାଧାରଣ ଜୀବନଯାତ୍ରା କୁ ପ୍ରଭାବିତ କରିଛି। ତେଣୁ ଜଳବାୟୁ ପରିବର୍ତ୍ତନ କୁ କେବଳ ଵୃକ୍ଷ ହଁ ନିୟନ୍ତ୍ରଣ କରିପାରିବ । ତେଣୁ ଏବେ ଠାରୁ ସଜାଗ ନ ହେଲେ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ମଣିଷ ସମାଜ ପାଇଁ ଏକ ବଡ ସଙ୍କଟ ହୋଇ ଠିଆ ହେବ । ତେଣୁ ନବରଙ୍ଗପୁର ସହରକୁ ସବୁଜ ବଳୟ ସୃଷ୍ଟି କରିବା ଲାଗି ୟୁନିୟନ ପକ୍ଷରୁ ମିଶନ ଅକ୍ସିଜେନ୍ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଜନସାଧାରଣଙ୍କୁ ସାମିଲ କରିବା ବ୍ୟାପକ ବୃକ୍ଷରୋପଣ କରିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ଏଥି ପାଇଁ ସରକାରୀ, ବେସରକାରୀ ଓ ବିଭିନ୍ନ ଅନୁଷ୍ଠାନକୁ ସାମିଲ କରି ସାମୁହିକ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ୟୁନିୟନର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ମିଶ୍ର, ଉପସଭାପତି କିଶୋର ପଟ୍ଟନାୟକ, ସାଧାରଣ ସଂପାଦକ ଏ.ସତୀଶ, ସହ ସଂପାଦକ ସ୍ଵାଧୀନ ପଣ୍ଡା, କୋଷାଧ୍ୟକ୍ଷ ରବିନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

ମସିହା ନିୟୁଜ ସର୍ଭିସ୍ 

Related posts

ମାରୱାଡି ସମାଜର ନୂତନ କମିଟି ଗଠିତ

masiha

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଳା ସଂଗ୍ରହାଳୟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!