ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬ଷ୍ଠ ଓ ଶେଷ କବିତା ପ୍ରତିଯୋଗିତା ଫଳାଫଳରେ ୫ଜଣ ପ୍ରଥମ

୬ଷ୍ଠ ଓ ଶେଷ କବିତା ପ୍ରତିଯୋଗିତା ଫଳାଫଳରେ ୫ଜଣ ପ୍ରଥମ

ଖଇରା,୦୨/୫/୨୬- ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପ୍ ରେ ହୋଇଥିବା ୬ଷ୍ଠ ଓ ଶେଷ କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ଗତ ତା ୧୬/୪/୨୬ ରିଖରୁ ଆରମ୍ଭ ହୋଇଥିବା ସାପ୍ତାହିକ କବିତା ପ୍ରତିଯୋଗିତା ତା ୨୨/୪/୨୬ ରିଖରେ ଶେଷ ହୋଇଥିଲା । ୬ଷ୍ଠ ପର୍ଯ୍ଯାୟରେ (୧) ରଶ୍ମିତା ବାଘ, ଅନୁଗୋଳ (୨) ବବୁଲୁ ବାଘ, ଅନୁଗୋଳ (୩) ନିବେଦିତା ପଣ୍ଡା, ରାଉରକେଲା (୪) ରଞ୍ଜୁଲତା ପାଢ଼ୀ, ରାଉରକେଲା (୫) ଗୀତା ମଞ୍ଜରୀ ଦାସ, ଭଦ୍ରକ (୬) ଡ଼.ଚପଳା କୁମାରୀ ପଣ୍ଡା, ଖୋର୍ଦ୍ଧା (୭) ସଂଯୁକ୍ତା ସାହୁ, ଜଗତସିଂହପୁର (୮) ରୀତା ଅପରାଜିତା ମହାନ୍ତି, ଖୋର୍ଦ୍ଧା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଯେଉଁଥିରେ ରଶ୍ମିତା ଓ ବବୁଲୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ରାଗ- ବଙ୍ଗଳାଶ୍ରୀ ଓ ଶୀର୍ଷକ- ” ଚୋରା ପୀରତି ” ଥିଲା ।

       ସେହିପରି ୭ମ ତଥା ଶେଷ ପର୍ଯ୍ଯାୟରେ (୧) ରଶ୍ମିତା ବାଘ, ଅନୁଗୋଳ (୨) ନିରୂପମା ମହାନ୍ତି, ଭୁବନେଶ୍ୱର (୩) ରଞ୍ଜୁଲତା ପାଢ଼ୀ, ରାଉରକେଲା (୪) ଡ଼.ଚପଳା କୁମାରୀ ପଣ୍ଡା, ଖୋର୍ଦ୍ଧା (୫) ଅନୁସୂୟା ଦେବତା, ବରଗଡ଼ (୬) ସଞ୍ଜୁକ୍ତା ସାହୁ, ଜଗତସିଂହପୁର (୭) ନିବେଦିତା ପଣ୍ଡା, ରାଉରକେଲା (୮) ଗୀତା ମଞ୍ଜରୀ ଦାସ, ଭଦ୍ରକ (୯) ବବୁଲୁ ବାଘ, ଅନୁଗୋଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ରଶ୍ମିତା, ନିରୂପମା ଓ ରଞ୍ଜୁଲତା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ରାଗ- ବଙ୍ଗଳାଶ୍ରୀ ଓ ଶୀର୍ଷକ- ” ଭଲ ପାଇ ଭୁଲ କଲି ” ଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ମୋ ଅନୁଷ୍ଠାନ ପରିବାର ଶୁଭେଚ୍ଛା ଜଣାଇଛି । ଜୀବନର ଲକ୍ଷ୍ୟ ଗୋଟିଏ କିନ୍ତୁ ରାସ୍ତା ଅନେକ । ତେଣୁ ଲକ୍ଷ୍ୟ ପଥରୁ କେବେବି ବିଚ୍ଯୁତ୍ ହୁଅନ୍ତୁ ନାହିଁ, ଆଜି ସ୍ଥାନ ମିଳିନି ଆସନ୍ତାକାଲି ମିଳିପାରେ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା କହିଛନ୍ତି । ଆଗକୁ ଏପରି କାର୍ଯ୍ୟକ୍ରମ ଜାରି ରହିବ । କେମିତି ଅଧିକରୁ ଅଧିକ ଭାଗ ନେବେ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସମ୍ପାଦକ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ରେ …. 

masiha

ଲଗାଣ ବର୍ଷାରେ ପୋଲ ଭାଙ୍ଗିଲା, ପର୍ଯ୍ୟଟନସ୍ଥଳୀ ଡୋକରି ଚଞ୍ଚରାକୁ ଯୋଗାଯୋଗ ବିଚ୍ଛିନ୍ନ

Sunil Chandra Nayak

ପାଚିକା ସହାୟିକାଙ୍କୁ ପାରିଶ୍ରମିକ ବୃଦ୍ଧି ଦାବୀ

masiha

Leave a Comment

error: Content is protected !!