ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟ ଦିବସରେ ୪ ବର୍ଷ ଧରି ଅଟକିଥିବା ପ୍ରକଳ୍ପର ଲୋକାର୍ପଣ  ବିଷମକଟକ ବିଡିଓ ଙ୍କ ନିଆରା ସମ୍ମାନ, ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ମିଳିଲା ସ୍ମରଣୀୟ ବିଦାୟ 

ବିଦାୟ ଦିବସରେ ୪ ବର୍ଷ ଧରି ଅଟକିଥିବା ପ୍ରକଳ୍ପର ଲୋକାର୍ପଣ 

ବିଷମକଟକ ବିଡିଓ ଙ୍କ ନିଆରା ସମ୍ମାନ, ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ମିଳିଲା ସ୍ମରଣୀୟ ବିଦାୟ 

ବିଷମକଟକ:୩୧I୦୭। ଆଜି ନିଜ କାର୍ଯ୍ୟକାଳରୁ ଅବସର ନେଇଛନ୍ତି ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ଅତିରିକ୍ତ ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ I ହେଲେ ନିଜ କାର୍ଯ୍ୟାଳୟ ର ଜଣେ ବରିଷ୍ଠ ସହକର୍ମୀ ଙ୍କୁ ତାଙ୍କ ଅନ୍ତିମ କାର୍ଯ୍ୟ ଦିବସ ପୂର୍ବରୁ ଏକ ଅଭିନଵ ଉପାୟରେ ବିଦାୟ ଭେଟି ଦେଇଛନ୍ତି ବିଷମକଟକ ବିଡିଓ I ଦୀର୍ଘ ବର୍ଷ ହେବ ଆରମ୍ଭ ହୋଇନଥିବା ଏକ ଲୋକାଭିମୁଖୀ ପ୍ରକଳ୍ପ କୁ ଧାର୍ଯ୍ୟ ସମୟ ପୂର୍ବରୁ ସମ୍ପୂର୍ଣ କରି ନିଜ ଅଧିକାରୀଙ୍କୁ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟନାୟକ, ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ, ଯନ୍ତ୍ରୀ ଶ୍ରୀନିବାସ ମହାନ୍ତି, ଶ୍ରୀ ସାହୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି I ଶ୍ରୀ ସାହୁଙ୍କୁ ତାଙ୍କ କାର୍ଯ୍ୟକାଳ ପାଇଁ ସମ୍ମାନିତ କରିବା ଉଦ୍ଦେଶ୍ୟ ରେ ଉକ୍ତ ପ୍ରକଳ୍ପ ର ଶୁଭ ଉଦଘାଟନ ମଧ୍ୟ ତାଙ୍କ କରକମଳରେ ବିଡିଓ କରାଇଥିବା କୁହାଯାଉଛି I

ଏଠାରେ ପ୍ରକାଶ ଥାଉକି କଣାବାଇ ପଞ୍ଚାୟତ ସ୍ଥିତ ପୁରୀକଣା ଗ୍ରାମ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ରେ ଏକ ଅଙ୍ଗନୱାଡି ଗୃହ କାର୍ଯ୍ୟ ମଞ୍ଜୁର ହୋଇଥିଲା I ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୧୧.୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହୋଇ ପଡି ରହିଥିଲା I 

ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦାୟିତ୍ୱ ଗ୍ରହଣ କରିବା ପରେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ର ସମୀକ୍ଷା ସହ ଜିଲ୍ଲା ମଧ୍ୟରେ ଅସମ୍ପୂର୍ଣ ତଥା ଆଦୌ କାମ ନ ହୋଇ ରହିଥିବା କେନ୍ଦ୍ର ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲେ I ଯାହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏଭଳି ଗୁରୁତ୍ୱ ପୁର୍ଣ ପ୍ରକଳ୍ପ ଗୁଡିକର ଯଥା ସ୍ଥିତି ସମ୍ପର୍କୀୟ ବିବରଣୀ ନିୟମିତ ଭାବେ ସମୀକ୍ଷା କରି ଯୁଦ୍ଧ କାଳୀନ ଭିତ୍ତି ରେ କାମ ସବୁ ସାରିବା ପାଇଁ ବିଡିଓଙ୍କୁ ନିର୍ଦେଶ ଦେଇଥିବା କୁହାଯାଉଛି I 

ପରିଣାମ ସ୍ୱରୂପ ବିଡିଓ ଶିବ ପଟନାୟକ, ଅତିରିକ୍ତ ସହକାରୀ ଯନ୍ତ୍ରି ରମେଶ ସାହୁ, ସହକାରୀ ଯନ୍ତ୍ରୀ ଝରଣା ତ୍ରିପାଠୀ ଏବଂ ବିଭାଗୀୟ ଯନ୍ତ୍ରୀ ମାନେ ବିଭିନ୍ନ କାରଣ ରୁ ନିଜ ନିଜ ପଞ୍ଚାୟତ ଗୁଡିକ ରେ ଦୀର୍ଘ ବର୍ଷ ହେବ ପଡି ରହିଥିବା ଅଙ୍ଗନୱାଡି ଗୃହ ଗୁଡିକୁ ଧାର୍ଯ୍ୟ ସମୟ ପୂର୍ବରୁ ସାରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ I ଇତି ମଧ୍ୟରେ ବିଭାଗୀୟ ଅଧିକାରୀ ମାନେ ୩ ଗୋଟି ଅଙ୍ଗନୱାଡି କେନ୍ଦ୍ର କୁ ରେକର୍ଡ ସମୟ ରେ ସମ୍ପୂର୍ଣ କରି ସମ୍ପୃକ୍ତ ବିଭାଗ କୁ ହସ୍ତାନ୍ତର କରିଥିବା ସୂଚନା ରହିଛି I ଏହି କ୍ରମରେ ଆଜି କଣାବାଇ ପଞ୍ଚାୟତ ଅନ୍ତର୍ଗତ ପୁରୀକଣା ଅଙ୍ଗନୱାଡି କେନ୍ଦ୍ର ର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହୋଇ ଏହାର ଶୁଭାରମ୍ଭ କରାଯାଇଥିବା ଯନ୍ତ୍ରୀ ଶ୍ରୀନିବାସ ମହାନ୍ତି ପ୍ରକାଶ କରିଛନ୍ତି I 

ତେବେ ଦୀର୍ଘ ବର୍ଷ ଧରି ପଡି ରହିଥିବା ଅଙ୍ଗନବାଡି କେନ୍ଦ୍ର ଟି ବିଡିଓଙ୍କ ଦୃଢ଼ ଇଛା ଶକ୍ତି ପାଇଁ ସମ୍ପୂର୍ଣ ହୋଇ ପାରିଥିବା ହେତୁ ଗ୍ରାମବାସୀ ବିଡ଼ିଓ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି I ସେହିପରି ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ୱାରା ପୁରୀକଣା ସମେତ ଆଖ ପାଖ ଅଞ୍ଚଳ ର ଛଅ ବର୍ଷ ରୁ କମ ପ୍ରାୟ ୫୧ ରୁ ଅଧିକ ଜଣ ଶିଶୁ ସମେତ ମହିଳା ମାନେ ମଧ୍ୟ ଏହାର ଲାଭ ପାଇ ପାରିବେ ବୋଲି ବିଡ଼ିଓ ଶିବ ପଟନାୟକ ପ୍ରକାଶ କରିଛନ୍ତି I ଅଙ୍ଗନୱାଡି ଗୃହର ଉଦଘାଟନ ଅବସରରେ କଣାବାଇ ଗ୍ରାମବାସୀ ସମେତ ଅନ୍ୟ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ରହି କାର୍ଯ୍ୟଟିକୁ ସଫଳ କରିଥିବା ସୂଚନା ରହିଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପର୍ଯ୍ୟାପ୍ତ ପରିମାଣ ରେ ୟୁରିଆ ସାର ଯୋଗାଣ ପାଇଁ ଦାବୀ, ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ପୃଥକ ଦୁର୍ଘଟଣା ରେ ୫ ଆହତ ୧ ଗୁରୁତ୍ତର 

Sunil Chandra Nayak

ଛାତ୍ରଛାତ୍ରୀଙ୍କୁ ପୋଷକ ବିତରଣ

Sunil Chandra Nayak

Leave a Comment

error: Content is protected !!