ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ପାସ ହାର ୯୯.୦୫  ,ମୁନା ପିଡ଼ିକା ହେଲେ ବ୍ଲକ ଟପର ଛାତ୍ର 

ବନ୍ଧୁଗାଁରେ ପାସ ହାର ୯୯.୦୫  ,ମୁନା ପିଡ଼ିକା ହେଲେ ବ୍ଲକ ଟପର ଛାତ୍ର 

ବନ୍ଧୁଗାଁ, ତା ୨/୫/୨୬, ଆଜି ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁମ୍ଭାରି ପୁଟ ବିଦ୍ୟାଳୟ ଠାରେ ୬୩ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୬୩ ଜଣ ୧୦୦% ହାରରେ ଉତୀର୍ଣ୍ଣ ହୋଇଥିବା ସହ ମୁନା ପିଡ଼ିକା ୬୦୦ ରୁ ୫୦୨ ମାର୍କ ରଖି ବ୍ଲକ ଟପର ହୋଇଥିବା ବେଳେ ଏ-୨ ରେ ଜଣେ, ବି-୧ ରେ ୩ଜଣ, ବି-୨ ରେ ୧୫ ଜଣ, ସି-ରେ ୩୨ ଜଣ,ଡ଼ି -୧୨ ଜଣ, ଉତୀର୍ଣ୍ଣ ହୋଇଥିବା ବେଳେ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ୯୯.୦୫ % ହାରରେ ଉତୀର୍ଣ୍ଣ ହୋଇଛନ୍ତି I ଏଥିରେ ଗତବର୍ଷ ଅପେକ୍ଷା କମ ମାର୍କ ରଖି ପାସ ହୋଇଥିଲେ ବି ଛାତ୍ରୀଙ୍କୁ ପଛରେ ପକେଇ ନରେଶ ମାଣ୍ଡିଆ ସାହୁ ଛାତ୍ର ୬୦୦ ରୁ ୪୨୭ ମାର୍କ ରଖି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ନରେଶ ମାଣ୍ଡିଆ ସାହୁ ବିଦ୍ୟାଳୟ ପ୍ରଥମ ହୋଇଥିବା ବେଳେ ରୁବିତା ନାୟକ ୪୨୨ ରଖି ଦ୍ୱିତୀୟ ଓ ମୀନତି ପିଡ଼ିକା ୪୨୦ ନମ୍ବର ରଖି ତୃତୀୟ ସ୍ଥାନରେ ରହିଥିବା ବେଳେ ବ୍ଲକରୁ ଚଳିତ ବର୍ଷ ୨୦୮ ରୁ ୨୦୭ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି I ବି-୧ ରେ ୩ ଜଣ ପାସ ହୋଇଥିବା ବେଳେ ବି-୨ ରେ ୪୦ଜଣ,ସି-୯୭ଜଣ,ଡ଼ି-୬୪, ଇ-୩ ଜଣ ଓ ଏଫରେ ଜଣେ ଏହିପରି ଭାବରେ ସରକାରୀ ନିଲାବାଡ଼ି ବାଳିକା ଛାତ୍ରୀ ନିବାସ ବିଦ୍ୟାଳୟ ଠାରେ ୬୫ ଜଣ ଛାତ୍ରୀଙ୍କ ଠାରୁ ୬୪ ଜଣ ଛାତ୍ରୀ ୯୯.୦୯ % ହାରରେ ଛାତ୍ରୀମାନେ ଉତୀର୍ଣ୍ଣ ହୋଇଥିବା ବେଳେ ରିଙ୍କି ନାଚିକା ଏ ୨ର୍ର ୬୦୦ ରୁ ୪୯୪, ଦ୍ୱିତୀୟ ସ୍ଥାନରେ ଆସକା ହିମିରିକା ବି୧ ରେ ୬୦୦ ରୁ ୪୪୧ ମାର୍କ ଓ ତୃତୀୟ ରେ ସୃତି ପୁଆଲା ବି୧ ରେ ୬୦୦ ରୁ ୪୨୧ ଓ ସାନ୍ତଷୀ ବିଡ଼ିକା ବି୧ ରେ ୪୩୪ ଓ ଗୀତାଞ୍ଜଲି ଡଙ୍ଗରୀ ବି୧ ୪୨୦ ଓ ରାନୀ ହୁଇକା ବି ୧ ରେ ୪୨୦ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ବେଳେ ଏ୨ ରେ ଜଣେ, ବି୧ ରେ ୫ ଜଣ, ବି୨ ରେ ୧୯ ଜଣ, ସି ରେ ୨୭ ଜଣ, ଡ଼ିରେ ୧୧ ଜଣ, ଇ ରେ ଜଣେ ଓ ଏଫ ରେ ମଧ୍ୟ ଜଣେ ଏହିପରି ଭାବରେ ଛାତ୍ରଛାତ୍ରୀଙ୍କ ଉତୀର୍ଣ୍ଣ କୁ ନେଇ ଆଞ୍ଚଳରେ ଖୁସିର ଛାୟା ଖେଳିଯାଇଥିବାର ଦେଖିବାକୁ ମିଳିଛି I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଶ୍ରୀ ଚୈତନ୍ୟ ଦେବ ମନ୍ଦିର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

କଂଗ୍ରେସର ଇଲେକ୍ଟ୍ରି ଅଫିସ୍ ରେ ସ୍ମାର୍ଟ ମିଟର ନଵସାଇଵାକୁ ଦାବି ପତ୍ର 

masiha

ବଲାଙ୍ଗିର ଜିଲ୍ଲା କୁ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ

Sunil Chandra Nayak

Leave a Comment

error: Content is protected !!