ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଢଗଢମାଳି ଫଳାଫଳ, ରୂପା କଏନ୍ ଜିତିଲେ ବାସନ୍ତୀ ଲତା ଓ ଜ୍ଯୋତ୍ସାରାଣୀ

ପ୍ରକାଶ ପାଇଲା ଢଗଢମାଳି ଫଳାଫଳ, ରୂପା କଏନ୍ ଜିତିଲେ ବାସନ୍ତୀ ଲତା ଓ ଜ୍ଯୋତ୍ସାରାଣୀ

ଖଇରା,୧୧/୩/୨୫- କିଛି ଶିଖିବା ଓ କିଛି ଶିଖାଇବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ମୂଳ ଲକ୍ଷ୍ୟ । ପ୍ରତ୍ୟେକ ରବିବାର ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପ୍ ରେ କିଛି ନା କିଛି ଶିକ୍ଷଣୀୟ ବିଷୟ ବସ୍ତୁକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ସାହିତ୍ୟ ବନ୍ଧୁ ମାନେ ମଧ୍ୟ ଅଂଶ ଗ୍ରହଣ କରିଥାନ୍ତି । ଏଇ ପରିପ୍ରେକ୍ଷୀରେ ଗତ ତା ୦୯/୩/୨୦୨୫ ରିଖ ରବିବାର ଢଗଢମାଳି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ (୧) ବାସନ୍ତୀ ଲତା ଜେନା, ନବରଙ୍ଗପୁର (୨) ଜ୍ଯୋତ୍ସାରାଣୀ ମହାନ୍ତି, ରାଇବଣିଆ, ଜଳେଶ୍ବର, ବାଲେଶ୍ବର (୩) କଳ୍ପନା ମିଶ୍ର, ମାର୍କୋଣା, ବାଲେଶ୍ବର (୪) ସୁଜାତା ଦାସ, ବାଲେଶ୍ବର (୫) ଧରିତ୍ରୀ ଦାସ, ଯାଜପୁର (୬) ପଞ୍ଚାନନ ମେହେର, ଧାନବସା, ରାମପୁର, ସୁବର୍ଣ୍ଣପୁର (୭) ଅନ୍ନପୂର୍ଣ୍ଣା ଜେମା, କୁଳଶେଖର ପାଟଣା, ଦାଣ୍ଡମୁକୁନ୍ଦପୁର, ପୁରୀ (୮) ମହେଶ୍ବେତା ପାଣିଗ୍ରାହୀ, ସାଇପ୍ରିୟା ନଗର, ରାୟଗଡ଼ା (୯) ମଲ୍ଲିକା ସିଂହ, ଖୋର୍ଦ୍ଧା (୧୦) ଆର୍ଯ୍ୟଭଟ୍ଟ ମହାପାତ୍ର, ସିମୁଳିଆ, ବାଲେଶ୍ବର (୧୧) ସରୋଜିନୀ ପତି, ରସୁଲପୁର, ଯାଜପୁର (୧୨) ବବୁଲ ବାଘ, ସୀଙ୍ଗାରୀମୁଣ୍ଡା, ଅନୁଗୋଳ (୧୩) ଡ଼ାକ୍ତର ଗାୟତ୍ରୀ ସାହୁ, ରେଡ଼କ୍ରସ ରୋଡ଼, ଭଞ୍ଜନଗର, ଗଞ୍ଜାମ (୧୪) କାନ୍ତିଲତା ଷଡ଼ଙ୍ଗୀ, ଜନାର୍ଦ୍ଦନପୁଳ, କଟକ (୧୫) ସୌଭାଗିନୀ ନାୟକ, ବଜ୍ରକବାଟୀ ରୋଡ଼, କଟକ (୧୬) ଅର୍ଚ୍ଚନା ଆଚାର୍ଯ୍ୟ, ତିର୍ତ୍ତୋଲ, ଜଗତସିଂହପୁର (୧୭) ସଞ୍ଜୁକ୍ତା ରାଉତ, ଜୟପୁର, କୋରାପୁଟ (୧୮) ସୁବାସ ଚନ୍ଦ୍ର ପଣ୍ଡା, ନାନ୍ଦପୁର, ଆରଡ଼ି, ଭଦ୍ରକ (୧୯) ମୋନାଲିସା ବିଷୋୟୀ, ଏସ୍.ଛଚିନା, ବେଗୁନିଆପଡ଼ା, ଗଞ୍ଜାମ (୨୦) କଳ୍ପନା ବିନ୍ଧାଣୀ, ଦରିପାଳ, ବରଡ଼ିହି, ମୟୂରଭଞ୍ଜ (୨୧) ମିନାକ୍ଷୀ ଦ୍ବିବେଦୀ, ନୂଆଦିଲ୍ଲୀ (୨୨) ଶ୍ରଦ୍ଧାଞ୍ଜଳି ଖମାରୀ, ଧାନଘର, ଆଗରପଡ଼ା, ଭଦ୍ରକ (୨୩) ମଧୁସ୍ମିତା ଶା, କିଟ୍ କଲେଜ, ଭୁବନେଶ୍ୱର, ଖୋର୍ଦ୍ଧା (୨୪) ଚଞ୍ଚଳା ଜେନା, ଗୋପାଳପୁର, କଟକ (୨୫) ଏଲିନା ପାଣିଗ୍ରାହୀ, ରେମୁଣା, ବାଲେଶ୍ବର (୨୬) ଇତିଶ୍ରୀ ମେହେର, ଯୋଗିବାହାଲ, ସିନାପାଲି, ବରଗଡ଼ (୨୭) ଲତା ବେହେରା, ଜକା, ଢେଙ୍କାନାଳ (୨୮) କମଳ ଲୋଚନ ବାଉଳ, ଛତିଆ, ଯାଜପୁର (୨୯) ମାତଙ୍ଗିନୀ ମିଶ୍ର, କଳିଙ୍ଗ ନଗର, ଭୁବନେଶ୍ୱର, ଖୋର୍ଦ୍ଧା (୩୦) ସୁଲୋଚନା ବଳ, ସୋର, ବାଲେଶ୍ବର (୩୧) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼ (୩୨) ପ୍ରଦୀପ୍ତ କୁମାର ବେହେରା, ଚିର୍ମା, କୋଟପାଡ଼, ନବରଙ୍ଗପୁର (୩୩) ଦୀପି ବାରିକ୍, ଅନୁଗୋଳ (୩୪) ରୁବିଲତା ଦାସ, କାଁପଡ଼ା, ତିହିଡ଼ି, ଭଦ୍ରକ (୩୫) ଡ଼. ଶୋଭାଙ୍ଗିନୀ ନନ୍ଦ, ଜୟପୁର, କୋରାପୁଟ (୩୬) ରଶ୍ମିତା ପଣ୍ଡା, ଜାମୁଝାଡ଼ି, ବାଲେଶ୍ବର (୩୭) ରଶ୍ମିତା ନାୟକ, ଧୋବେଇ, ଏରସମା, ଜଗତସିଂହପୁର ଅଂଶ ଗ୍ରହଣ କରି ଉତ୍ତର ପ୍ରଦାନ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି ।

     ସମସ୍ତଙ୍କ ଠାରୁ ଆସିଥିବା ଉତ୍ତର ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ ବହୁ ଶିକ୍ଷାର ଅଧିକାରିଣୀ ତଥା ସୁସାହିତ୍ଯିକା ଅପରାଜିତା ରଥ, ଭଦ୍ରକ । ତାଙ୍କ ସମୀକ୍ଷାରୁ ଯୁଗ୍ମରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବାସନ୍ତୀ ଲତା ଜେନା ଏବଂ ଜ୍ଯୋତ୍ସାରାଣୀ ମହାନ୍ତି । ଘୋଷଣା ଥିଲା ପ୍ରଥମ ସ୍ଥାନକୁ ମିଳିବ ରୂପା ଲକେଟ ବା ରୂପା କଏନ୍ । ସର୍ତ୍ତ ଥିଲା ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିବା । ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖ ବାର୍ଷିକ ଉତ୍ସବ । ମୁଖ୍ୟ ଅତିଥି ବାସନ୍ତୀ ଲତା ଜେନା ଏବଂ ଜ୍ଯୋତ୍ସାରାଣୀ ମହାନ୍ତିଙ୍କୁ ରୂପା ଲକେଟ କିମ୍ବା ରୂପା କଏନ୍ ଦେଇ ସମ୍ବର୍ଦ୍ଧିତ କରିବେ । ଉତ୍ସବରେ ଅନୁପସ୍ଥିତି ରହିଲେ ପରବର୍ତ୍ତୀ ପର୍ଯ୍ୟାୟରେ ଦାବିଦାର ହୋଇପାରିବେ ନାହିଁ । ଏ କ୍ଷେତ୍ରରେ ମୁଖ୍ୟ ଅତିଥିଙ୍କୁ ପୂର୍ଣ୍ଣ ସହଯୋଗ କରିବେ ଆଡମିନ୍ ଭଉଣୀ ଅପରାଜିତା ରଥ ଏବଂ କାର୍ଯ୍ୟକାରୀ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ, ଯାହା ନିଜେ ସମ୍ପାଦକ ଘୋଷଣା କରିଛନ୍ତି । ଏହିପରି ପ୍ରତ୍ୟେକ ରବିବାର ଶିକ୍ଷଣୀୟ କାର୍ଯ୍ୟକ୍ରମ ଜାରି ରହିବ । ଆସନ୍ତୁ ଅଂଶ ଗ୍ରହଣ କରନ୍ତୁ, ଶିଖିଥିଲେ ଶିକ୍ଷା ଦିଅନ୍ତୁ ନ ଶିଖିଥିଲେ ଶିକ୍ଷା ଗ୍ରହଣ କରନ୍ତୁ କାରଣ ସମସ୍ତଙ୍କ ପାଇଁ ଏହା ଏକ ଶିକ୍ଷାର ଅନୁଷ୍ଠାନ । ଆସନ୍ତୁ ବହୁ ମାତ୍ରାରେ ଯୋଡ଼ି ହୁଅନ୍ତୁ, ଶିକ୍ଷା ଗ୍ରହଣ କରନ୍ତୁ । ଏଥିସହିତ ସମସ୍ତ ପ୍ରତିଯୋଗୀ ମାନଙ୍କୁ ” ମୋ ଅନୁଷ୍ଠାନ ପରିବାର ” ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅନ୍ତର୍ଜାତୀୟ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ପୋଲରେ ବାଡ଼ ନ ଥିବାରୁ ଅନେକ ଦୁର୍ଘଟଣା , ଦୁଇ ମାସରେ ତିନି ଦୁର୍ଘଟଣା ଜଣେ ମୃତ , ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ହଁ କହି ଚୁପ 

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ୭ଟା ୫ମିନିଟରେ ମୃଦୁ ଭୂମିକମ୍ପ !!

masiha

Leave a Comment

error: Content is protected !!