ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କୁ କବିତ୍ଵ ସମ୍ମାନ

ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କୁ କବିତ୍ଵ ସମ୍ମାନ

ପୁରୁଷୋତ୍ତମପୁର ବ୍ଲକ ଝାଡ଼ବାଇ ଗ୍ରାମ ପଞ୍ଚାୟତ ନିକଟସ୍ଥ ଗାଙ୍ଗନାପୁର ଗ୍ରାମର ଆଧ୍ୟାତ୍ମିକ କବି ଶ୍ରୀ ଚିତ୍ରସେନ ମହାରଣାଙ୍କୁ କବିତ୍ଵ ସମ୍ମାନ ପ୍ରଦାନ କରାଯାଇଛି l ଶ୍ରୀ ମହାରଣାଙ୍କ ଲେଖା ସବୁ ଉଚ୍ଚ କୋଟିର ଅଟେ ପାଠକମାନଙ୍କୁ ଆକୃଷ୍ଟ କରି ସଚେତନତା ମୂଳକ ବାର୍ତ୍ତା ଦେଇଥାଏ l ସେ କେବଳ ଜଣେ କବି ନୁହନ୍ତି ଗାଳ୍ପିକ, ପ୍ରାବନ୍ଧିକ ମଧ୍ୟ l ଗଞ୍ଜାମ ଜିଲ୍ଲା ର ପୁରୁଷୋତ୍ତମପୁର ଠାରେ, ଆୟୋଜିତ ସାହିତ୍ୟ ଆଲୋଚନା ଚକ୍ର ରେ ଭାଗ ନେଇ ୩୫ ଜଣ କବି କବୟିତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ଚୟନ ହୋଇଛନ୍ତି ଓ ଅନୁଷ୍ଠାନ ତରଫରୁ ‘ରାଜ୍ୟ ସ୍ତରୀୟ ଆଧ୍ୟାତ୍ମିକ କବି ସମ୍ମାନ’ ଦେଇ ସମ୍ୱର୍ଦ୍ଧିତ କରିଛନ୍ତି l ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ରେ ଯୋଗଦେଇ ବିଭିନ୍ନ କବିତା ମାନ ପ୍ରେରଣ କରି ସମ୍ମାନିତ ହେଉଛନ୍ତି l ହିଞ୍ଜିଳିକାଟୁ ରେ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ଶ୍ରୀଜଗନ୍ନାଥଙ୍କ କବିତା ପ୍ରତିଯୋଗିତାରେ ଭାଗନେଇ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ ରେ ସମ୍ମାନିତ ହୋଇ ଅନୁଷ୍ଠାନ ତତଫରୁ ମଧ୍ୟ ପ୍ରଶଂସା ପତ୍ର ହାସଲ କରିଛନ୍ତି l ଠିକ୍ ସେହିପରି କୋଦଳା, ଗଞ୍ଜାମ ଜିଲ୍ଲାର କବିଙ୍କ କବିତା ଆସର କୁ ପ୍ରତି ସପ୍ତାହ କବିତା, ଗଳ୍ପ ଓ ପ୍ରବନ୍ଧ ପ୍ରେରଣ କରି ପ୍ରଶଂସା ପତ୍ର ଦ୍ୱାରା ସମ୍ମାନିତ ହେଉଛନ୍ତି l ଦକ୍ଷିଣାଞ୍ଚଳ ସାହିତ୍ୟ ସଂସଦ, ବ୍ରହ୍ମପୁର ରେ ମଧ୍ୟ କବିତା ଆସର ଓ ଆଲୋଚନା ଚକ୍ର ରେ ଭାଗନେଇ ଦ୍ୱିତୀୟ ସ୍ଥାନ ଅଧିକାର କରି କବି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି | ସାହିତ୍ୟିକ ଏଵଂ ପାଠକ ସମାଜ, ଭୁବନେଶ୍ୱର ରେ ଆୟୋଜିତ କବି ସମ୍ମିଳନୀ ରେ ଯୋଗ ଦେଇ ସାହିତ୍ୟ ଓ ଶ୍ରୀରାମଙ୍କ ଜନ୍ମ ବିଷୟ ରେ ଆଲୋଚନା କରି ସମ୍ମାନ ସନ୍ତକ ରେ ସମ୍ମାନିତ ହୋଇଛନ୍ତି | ଶ୍ରୀଜଗନ୍ନାଥ ସାହିତ୍ୟ ଅନୁଷ୍ଠାନ, ପୁରୁଷୋତ୍ତମପୁର ରୁ ପ୍ରଶଂସା ପତ୍ର ପାଇଛନ୍ତି ଓ ପ୍ରତିଭା ସାହିତ୍ୟ ସଂସଦ, ବେଗୁନିଆପଡ଼ା ରୁ ପ୍ରତିଭା ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ଏବଂ ବିନାୟକ ସାହିତ୍ୟ ପ୍ରତିଷ୍ଠାନ, ଛତ୍ରପୁର ରୁ ରାଜ୍ୟ ସ୍ତରୀୟ କବି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି |

Related posts

ନିର୍ବାଚନ ପ୍ରତିଶ୍ରୁତି ରଖିଲେ ସରପଞ୍ଚ, ପିଡ଼ିଏସ ଗୋଦାମ ଗୃହ ଉଦଘାଟନ କଲେ ଉପ ଜିଲ୍ଲାପାଳ ଓ ବ୍ଲକ ଉପାଧ୍ୟକ୍ଷ

Sunil Chandra Nayak

ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ 

masiha

ସାଥୀ ଅନୁଷ୍ଠାନର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!