ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ଶୃଙ୍ଖଳା ସଚେତନତା ନିମନ୍ତେ ଜିଲ୍ଲା ପୋଲିସ,ବସ୍ତା ପୋଲିସ ଓ ବିଏସଏଫ ଦ୍ୱାରା ଫ୍ଲାଗମାର୍ଚ୍ଚ

ଆଇନ ଶୃଙ୍ଖଳା ସଚେତନତା ନିମନ୍ତେ ଜିଲ୍ଲା ପୋଲିସ,ବସ୍ତା ପୋଲିସ ଓ ବିଏସଏଫ ଦ୍ୱାରା ଫ୍ଲାଗମାର୍ଚ୍ଚ

ବସ୍ତା,15/03 : ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବାଲେଶ୍ବର ଜିଲ୍ଲାର ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳରେ ଥିବା ଥାନା, ଫାଣ୍ଡି ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ସଚେତନା କରାଯାଇଥିଲା। ଅମର୍ଦାରୋଡ ଠାରେ ଶୁକୃବାର ଅପରାହ୍ନ ୫ ଘଟିକା ସମୟରେ ବାଲେଶ୍ଵର ଏସପି ସାଗାରିକା ନାଥଙ୍କ ନିର୍ଦ୍ଦେଶ ମୂଳେ ବାଲେଶ୍ଵର ଜିଲ୍ଲା ପୋଲିସ,ବିଏସଏଫ,ବସ୍ତା ପୋଲିସ ଏବଂ ଅମର୍ଦାରୋଡ ଫାଣ୍ଡି ପୋଲିସ ଦ୍ୱାରା ପ୍ଲାଗ ମାର୍ଚ୍ଚ କରାଯାଇଥିଲା।ଆଇନ ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ସଚେତନତା କରାଇବା ସଙ୍ଗେ ସଙ୍ଗେ ସମସ୍ତ ଜନସାଧାରଣ ପୋଲିସର ସାହାଯ୍ୟ ନେଇ ପାରିବେ ବୋଲି ଜନସାଧାରଣଙ୍କୁ ଅବଗତ କରାଇଥିଲେ।ଏହି ପରିପ୍ରେକ୍ଷୀରେ ଅମର୍ଦାରୋଡ ଫାଣ୍ଡି ଠାରୁ ବାହାରି ବଜାର, ଅମର୍ଦାରୋଡ ଷ୍ଟେସନ, ସିଦ୍ଧେଶ୍ୱର କଲେଜ, ବାସନ୍ତପୁର ଫ୍ଲାଗମାର୍ଚ୍ଚ କରିବା ସଙ୍ଗେ ସଙ୍ଗେ ଛକ ମାନଙ୍କରେ ଆଇନ ଶୃଙ୍ଖଳା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ଆଇନ ଶୃଙ୍ଖଳା ସଚେନତ କାର୍ଯ୍ୟକ୍ରମ ରେ ଅମର୍ଦାରୋଡ ଏସ ଆଇ ସନ୍ଦିପ କୁଜୁର ,ବସ୍ତା ଏସ ଆଇ ବନିତା ନାୟକ ,ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡର ମନୋରଞ୍ଜନ ନାୟକ,ବିଏସଏଫ ଇନ୍ସପେକ୍ଟର ପ୍ରଦୀପ କୁମାର ସଦଳବଳେ ସଚେତନତା ରାଲିରେ ଅଂଶ ଗ୍ରହଣ କରିଥିଲେ।ସେହିପରି ଆଜି ବସ୍ତା ଓ ହଳଦିପଦା ଠାରେ ସଚେତନତା କରାଯାଇଥିଲା।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜଳେଶ୍ଵର ଷ୍ଟେସନରୁ ଶିରିଡ଼ି ସାଇବାବାଙ୍କ ମୁକୁଟ ଥିବା ବାକ୍ସକୁ ପାଇଲେ ଆର.ପି.ଏଫ୍ 

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ୨୯ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

Sunil Chandra Nayak

ଖାଲିନା ଧାନ ମଣ୍ଡି ଉଦଘାଟିତ         

Leave a Comment

error: Content is protected !!