ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାବି ପୂରଣ ପାଇଁ କଳାବ୍ୟାଜ୍‌ ପିନ୍ଧିଲେ ସାମ୍ବାଦିକ  ପ୍ରେଷ୍ଟିଜ, ପେନସନ ଓ ପ୍ରୋଟେକ୍ସନ ଦାବି

ଦାବି ପୂରଣ ପାଇଁ କଳାବ୍ୟାଜ୍‌ ପିନ୍ଧିଲେ ସାମ୍ବାଦିକ 

ପ୍ରେଷ୍ଟିଜ, ପେନସନ ଓ ପ୍ରୋଟେକ୍ସନ ଦାବି

ଲାଞ୍ଜିଗଡ,୧୫।୦୩(ମନିସ)- ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ସବୁ ବର୍ଗର ଲୋକଙ୍କ ପାଇଁ କିଛିନା କିଛି ସୁବିଧା ସୁଯୋଗ ଘୋଷଣା କରିଥିବାବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନିରାଶ କରିଛନ୍ତି। ତେଣୁ ଓଡ଼ିଶା ୟୁନିୟନ୍ ଅଫ ଜର୍ଣାଳିଷ୍ଟ ପକ୍ଷରୁ ପୁଣିଥରେ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦିଆଯାଇଛି। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକସ୍ତରରେ ସାମ୍ବାଦିକମାନେ କଳାବ୍ୟାଜ୍ ପରିଧାନ କରି ପ୍ରତୀକାତ୍ମକ ଆନ୍ଦୋଳନ କରିବା ସହିତ ନିଜର ଦାୟିତ୍ୱ ନିର୍ବାହ କରିବାକୁ ସଂଘ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଓଡ଼ିଶା ୟୁନିୟନ୍ ଅଫ ଜର୍ଣାଲିଷ୍ଟ (ଓୟୁଜେ) ପକ୍ଷରୁ ସାମ୍ବାଦିକଙ୍କ ପାଇଁ ମାସିକ ପେନସନ ବ୍ୟବସ୍ଥା, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି କରାଯାଇ ଆସୁଛି। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସାମ୍ବାଦିକମାନଙ୍କ ଏହି ଦାବିପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନନେଲେ ଓୟୁଜେ ପକ୍ଷରୁ ଚରମ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଏହିକ୍ରମରେ ଆଜି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଲାଞ୍ଜିଗଡ ପ୍ରେସ କ୍ଳବ ଓ ପିଇଡବ୍ଲ୍ୟୁ ମିଡ଼ିଆ ଏସୋସିଏସନ ପକ୍ଷରୁ କଳାବ୍ୟାଜ ପରିଧାନ କରି ପ୍ରତିବାଦ କରିଛନ୍ତି। ଏହାସହିତ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଓୟୁଜେର ଜିଲ୍ଲା ସମ୍ପାଦକ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ କୈଳାସ ସାହୁ, ସନ୍ତୋଷ ତୁଳ, କ୍ଷମାନିଧି ମହାଖୁଡ଼, ପରେଶ କୁମାର ନାୟକ, ଗୋପାଳଦାସ ମହାନନ୍ଦ, ନୀଲେଶ କୁମାର ନାଗ, ଏମ. ଚନ୍ଦ୍ରଶେଖର, ତୁଳସୀରାମ ପ୍ରଧାନୀ, ରମେଶ ନାୟକ, ଧର୍ମେନ୍ଦ୍ର ପଣ୍ଡା, ମଳୟ ବେନୁଆଁ, ମନୋଜ ଦୋରା, ସୁଶାନ୍ତ ମାଝୀ, ଦିଲୀପ ପଟ୍ଟନାୟକ, ପ୍ରଭୁରଞ୍ଜନ ସାମଲ, ଦେବାଶିଷରଞ୍ଜନ ବିଶି, ଦିଲୀପ ନାଏକ, ସାଗର ବେନାଲ, ଦେବାନନ୍ଦ ମାଝୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସିଏମ କିଷାନ ସହାୟତା ରାଶି ପ୍ରଦାନ ଜିଲ୍ଲାର ୧ ଲକ୍ଷ ୩୩ ହଜାର ୭୧୭ ଜଣ ଚାଷୀ ଉପକୃତ ହେଲେ

Sunil Chandra Nayak

ଖାଉଟିଙ୍କୁ କନ୍ଦାଉଛି ଆକାଶଛୁଆଁ ପରିବା ଦର

masiha

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

masiha

Leave a Comment

error: Content is protected !!