ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ

ରାଉରକେଲା: ରାଉରକେଲା ସହରର ଜଣାଶୁଣା ସାମାଜିକ ସଂସ୍ଥା ସେୟାର ର ସୁରତରଙ୍ଗ ପକ୍ଷରୁ ମାସିକ ସଙ୍ଗୀତ ଆସର ରାଉରକେଲା କ୍ଲବ୍ ଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଶିଷ୍ଟ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଉପସ୍ଥିତି ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l 

ସେୟାରର ଉପଦେଷ୍ଟା ଗୌତମ ଦାସ ,ନବlଗତ ଗାୟକ ରାଜେନ୍ଦ୍ର ଅଗ୍ରୱାଲ,ରମେଶ ଷଡ଼ଙ୍ଗୀ, ବିଳାସିନୀ ଅଧିକାରୀ ମା ଦୁର୍ଗା ଓ ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିକୁ ମାଳା ପିନ୍ଧାଇ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ପ୍ରାରମ୍ଭରେ ସ୍ଵର୍ଗୀୟ ଆଶା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ସଂଗୀତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। 

କାର୍ଯ୍ୟକ୍ରମଟି ମା’ଙ୍କ ବନ୍ଦନା ଓ ଜଗନ୍ନାଥ ଭଜନରୁ ଆରମ୍ଭ ହୋଇଥିଲା। ଏହା ପରେ ସୁର ତରଙ୍ଗର ସ୍ଥାପକ ଦିଲୀପ କୁମାର ପରିଡା ସଂସ୍ଥାର ଆଗାମୀ ସଙ୍ଗୀତ କାର୍ଯ୍ୟକ୍ରମ ଓ ସମସ୍ତ ପରିବାର ଲୋକଙ୍କ ସୁର ତରଙ୍ଗ ର ଯାତ୍ରା ଓ ଅନୁଭୂତି ସମ୍ପର୍କରେ ଆଲୋକପାତ କରିଥିଲେ l ନବାଗତା କୁ ସ୍ୱାଗତ ଜଣାଇଥିଲେ l ସଂସ୍ଥାର ଗାୟକ ଓ ଗାୟିକା ଲୀନା ସେନାପତି, ଶୁଭସ୍ମିତା ଦାସ, ଦିଲୀପ କୁମାର ପରିଡା, ବିଶ୍ୱଜିତ ଲେଙ୍କା,ଇତି ପଟ୍ଟନାୟକ, ଅର୍ଚ୍ଚନା ଶତପଥୀ,ମନୋଜ୍ ଶାହା, ଜଗନ୍ନାଥ ସାହୁ,ବନୋଜ ଦାସ,ବିଳାସିନୀ ଅଧିକାରୀ, ରମେଶ ଷଡ଼ଙ୍ଗୀ, ରାଜେନ୍ଦ୍ର ଅଗ୍ରୱାଲ ପ୍ରମୁଖ ସୁନ୍ଦର ସୁନ୍ଦର ଗୀତ ପରିବେଷଣ କରିଥିଲେ। ସୁର ତରଙ୍ଗ ର ନିବେଦିତା ବେହେରା, ସେୟାରସ୍ ର ଉପଦେଷ୍ଟା ଗୌତମ ଦାସ, ରାଜୀବ ନାୟକ ଏବଂ ଡାକ୍ତର ସତ୍ୟନାରାୟଣ ମିଶ୍ର ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଡକ୍ଟର ମିଶ୍ରଙ୍କ ନିର୍ଦ୍ଦେଶନା ରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଶେଷରେ ନିବେଦିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ସୈନିକ ବୋର୍ଡ ଠାରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

Sunil Chandra Nayak

ବିଶ୍ଵ ମହିଳା ଦିବସ ଉପଲକ୍ଷେ ମହିଳା ସଶକ୍ତିକରଣ ର ବାର୍ତାବହ ସାଜିଛନ୍ତି ବିଜ୍ଞାନୀ

masiha

ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ କୋଟିଆ ପୁଲିସର ବିରୋଧ

Sunil Chandra Nayak

Leave a Comment

error: Content is protected !!