ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟଦେବ ଜୟନ୍ତୀ ପାଳିତ

ଜୟଦେବ ଜୟନ୍ତୀ ପାଳିତ

ଭୁବନେଶ୍ୱର-ତା.୨୦.୦୪.୨୦୨୬। ପବିତ୍ର ଅକ୍ଷି ତୃତୀୟା ଦିବସ ଅବସରରେ ଉତ୍କଳୀୟ କବି ଶ୍ରୀ ଜୟଦେବଙ୍କର ଜୟନ୍ତୀ ଉତ୍ସବ ବାଲିଅନ୍ତାସ୍ଥିତ ଜୟଦେବ ପୀଠରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଶିଷ୍ଟ ଗବେଷକ ଶ୍ରୀ ଲିଙ୍ଗରାଜ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜୟଦେବଙ୍କ ଜନ୍ମପୀଠ ଏବଂ ଗୀତଗୋବିନ୍ଦ ଉପରେ ଆଲୋକପାତ କରିଥିଲେ । ଜୟଦେବ ଏବଂ ତାଙ୍କ କୃତିକୁ ନେଇ ଓଡ଼ିଆ ଜାତି ଆଜି ଗର୍ବିତ । ନୂତନ ପିଢ଼ି ମଧ୍ୟରେ ଜୟଦେବଙ୍କ କୃତି ସମ୍ପର୍କରେ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ବୋଲି ସେ ମତପ୍ରକାଶ କରିଥିଲେ । 

ଏହି ଅବସରରେ ବାଲିଅନ୍ତା ବିଡ଼ିଓ ଶ୍ରୀମତୀ ରଶ୍ମିତା ନାଥ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରୀୟ ଜେନା, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭଶ୍ରୀ ସୌମ୍ୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଜୟଦେବଙ୍କ ଜୀବନୀ ଓ କୃତି ଆଧାରିତ ପୁସ୍ତିକା ବିତରଣ କରାଯାଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥି ସହ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ସଂକୀର୍ତ୍ତନ ଦଳ ଜୟଦେବ ପୀଠରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଆଜି ପ୍ରାତଃ ସମୟରେ ଜୟଦେବପୀଠରେ ଜନ ସମାବେଶ ହୋଇଥିଲା । ଏଠାରେ ସ୍ଥାନୀୟ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିଲା । ଏଥିରେ ସବୁବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି ।

Related posts

ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ବାସିଙ୍ଗି ବଜାର ଛକରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାଵି 

Sunil Chandra Nayak

ଓଡିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଜିଲ୍ଲା ସ୍ତରରେ ଧାରଣା ଓ ପ୍ରତିବାଦ ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!